Odisha Link
Bridging the Missing Links in Odisha

ପୁଷ୍ପଲତା ହତ୍ୟା ମାମଲା, ରିମାଣ୍ଡରେ ଗଲେ ୨ ଅଭିଯୁକ୍ତ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଭୁବନେଶ୍ୱର ଦାସପୁର-ଅନ୍ଧାରୁଆ ମୁଣ୍ଡବିହୀନ ମହିଳାଙ୍କ ମୃତ୍ୟୁ ମାମଲା। ମୁଣ୍ଡବିହୀନ ମହିଳାଙ୍କ ସମ୍ପର୍କରେ ଗତକାଲି କମିଶନରେଟ ପୁଲିସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। କଟାମୁଣ୍ଡ ନାମ ପୁଷ୍ପଲତା ରାଉଳ (୨୮) ବୋଲି ଜଣାପଡିଥିଲା। ଏହି ମାମଲାରେ ଆଜି ୨ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଛି ପୁଲିସ।

ବିବାହକୁ ନେଇ ବିବାଦ କାରଣରୁ ପୁଷ୍ପଲତାଙ୍କୁ ହତ୍ୟା କରାଯାଇଥିବା କୁହାଯାଉଥଲା ବେଳେ ଅଧିକ ତଦନ୍ତ ପାଇଁ ପୋଲିସ ୨ ଅଭିଯୁକ୍ତଙ୍କୁ ପୁଲିସ ୩ ଦିନିଆରେ ନେଇଛି। ୨ ଅଭିଯୁକ୍ତ ସଞ୍ଜୟ ଓ ଚନ୍ଦୁକୁ ୩ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ମିଳିଛି। ଭୁବନେଶ୍ବର ଜିଲ୍ଲା ଦୌରା ଜଜ୍‌ଙ୍କ କୋର୍ଟ ଏହି ରିମାଣ୍ଡ ଅନୁମତି ଦେଇଛନ୍ତି। ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା ପୋଲିସ। ମାତ୍ର ୩ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ମିଳିଛି।

Comments are closed.