କର୍ଲାପାଟରେ ବିପଦରେ ଗଜରାଜ, ଆଉ ଏକ ହାତୀ ମୃତ

କଳାହାଣ୍ଡି: କର୍ଲାପାଟରେ ବିପଦରେ ଗଜରାଜ। ଆଜି ପୁଣି କର୍ଲାପାଟରେ ଆଉ ଏକ ମାଈ ହାତୀର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ମାଈ ହାତୀଟି ସେପ୍ଟିସିମିଆରେ ଆକ୍ରାନ୍ତ ହୋଇ ମରିଥିବା ଜଣାପଡିଛି। ସୂଚନାଯୋଗ୍ୟ, ଗତ ୧୪ ଦିନ ମଧ୍ୟରେ କର୍ଲାପାଟ ଅଭୟାରଣ୍ୟରେ ମୋଟ ୬ଟି ହାତୀଙ୍କ ମୃତ୍ୟୁ ହୋଇଥିବା ନେଇ ଜଣାପଡିଛି। ମାଈ ହାତୀର ତ୍ୟୁ ହୋଇଥିବା ନେଇ ଆଜି କଳାହାଣ୍ଡି ଆରସିସିଏଫ ସୁଦୀପ୍ତ ଦାସଙ୍କ ସୂଚନା ଦେଇଛନ୍ତି।