Odisha Link
Bridging the Missing Links in Odisha

ଭାରତରେ ପ୍ରଥମଥର ପାଇଁ ମହିଳା କଏଦୀଙ୍କୁ ଦିଆଯିବ ଫାଶୀ

ମଥୁରା : ଭାରତରେ ପ୍ରଥମଥର ପାଇଁ ଜଣେ ମହିଳା କଏଦୀଙ୍କୁ ଫାଶୀ ଦିଆଯିବ। ମଥୁରା ସ୍ଥିତ ଉତ୍ତର ପ୍ରଦେଶର ମହିଳା ଫାଶୀଘରରେ ଅଭିଯୁକ୍ତ ଶବମନଙ୍କୁ ଫାଶୀଦଣ୍ଡ ଦିଆଯିବ। ନିର୍ଭୟାର ଅଭିଯୁକ୍ତଙ୍କୁ ଫାଶୀ ଦେଇଥିବା ମିରଟର ପବନ ଜହ୍ଲାଦଙ୍କୁ ଦ୍ବିତୀୟ ଥର ଫାଶୀଘରକୁ ନୀରିକ୍ଷଣ କରିସାରିଛନ୍ତି। ତେବେ ଫାଶୀ ତାରିଖ ଏପର୍ଯ୍ୟନ୍ତ ଧାର୍ଯ୍ୟ ହୋଇନାହିଁ।

ପ୍ରକାଶ ଯେ, ଅମରୋହର ଶବନମ ଅପ୍ରେଲ ୨୦୦୮ରେ ପ୍ରେମିକ ସହିତ ମିଶି ନିଜ ପରିବାରର ୭ ଜଣଙ୍କୁ କୁରୁଢୀରେ ହାଣି ହତ୍ୟା କରିଥିଲା। ଏହି ମାମଲାରେ ସୁପ୍ରିମକୋର୍ଟ ଶବନମଙ୍କ ଫାଶୀଦଣ୍ଡକୁ କାଏମ ରଖିଥିଲେ। ରାଷ୍ଟ୍ରପତି ମଧ୍ୟ ତାଙ୍କର ରାଜକ୍ଷମା ଆବେଦନକୁ ଖାରଜ କରିଦେଇଥିଲେ। ତେବେ ଦେଶ ସ୍ବାଧୀନ ହେବାପରେ ପ୍ରଥମ ମହିଳା କଏଦୀ ହେବେ, ଯାହାକୁ ଫାଶୀ ଦିଆଯିବ।

ବରିଷ୍ଠ ଜେଲ୍ ଅଧୀକ୍ଷକ ଶୈଳେନ୍ଦ୍ର କୁମାର ମୈତ୍ରେୟ କହିଛନ୍ତି, ଏବେ ଫାଶୀ ତାରିଖ ଠିକ୍ କରାଯାଇ ନାହିଁ, କିନ୍ତୁ ଆମେ ପ୍ରସ୍ତୁତି ଆରମ୍ଭ କରିଦେଇଛୁ। ଡେଥ୍ ଓ୍ବାରେଣ୍ଟ ଜାରି ହେବାମାତ୍ରେ ଫାଶୀ ଦିଆଯିବ। ବିହାରର ବକ୍ସରରୁ ଫାଶୀ ଦେବା ପାଇଁ ରଶି ମଗାଯାଉଛି, ଅନ୍ତିମ ସମୟରେ କୌଣସି ଅସୁବିଧା ନହୁଏ।

Comments are closed.