Odisha Link
Bridging the Missing Links in Odisha

ବିବାଦରେ ‘ବର୍ଗର କିଙ୍ଗ୍‌’: ଲିଙ୍ଗଗତ ବିଭେଦକୁ ପ୍ରୋତ୍ସାହନ ଦେବାରୁ ଫସିଲା, ମାଗିଲା କ୍ଷମା

ଲଣ୍ଡନ: ଅନ୍ତର୍ଜାତୀୟ ମହିଳା ଦିବସରେ ଲିଙ୍ଗଗତ ବିଭେଦକୁ ପ୍ରୋତ୍ସାହନା ଦେଇ ବିବାଦରେ ‘ବର୍ଗର କିଙ୍ଗ୍‌’। ଗତକାଲି ବିଶ୍ବସ୍ତରୀୟ ମହିଳା ଦିବସ ପାଳନ ଅବସରରେ ମହିଳାମାନଙ୍କୁ ନେଇ ‘ବର୍ଗର କିଙ୍ଗ୍‌’ ତା’ର ଟ୍ବିଟର୍‌ ଆକାଉଣ୍ଟ୍‌ରେ ଏକ ଟ୍ବିଟ୍‌ କରି ଲେଖିଥିଲା, ‘ଓମେନ୍‌ ବିଲଙ୍ଗ୍‌ ଇନ୍‌ ଦ କିଚେନ୍‌’।

ଯାହାର ଅର୍ଥ ହେଉଛି ‘ମହିଳାମାନଙ୍କ କାମ ରୋଷେଇଶାଳରେ’। ଏପରି ଟ୍ବିଟ୍‌କୁ ବହୁ ଲୋକ ନିନ୍ଦା ଓ ସମାଲୋଚନା କରିବା ପରେ ଶେଷରେ କ୍ଷମା ମାଗିବା ସହ ନିଜ ଆକାଉଣ୍ଟ୍‌ରୁ ପୋଷ୍ଟ୍‌ଟିକୁ ଡିଲିଟ୍‌ କରିଛି ‘ବର୍ଗର କିଙ୍ଗ୍‌’।

‘ବର୍ଗର କିଙ୍ଗ୍‌’ ଅନ୍ୟ ଏକ ଟ୍ବିଟ୍‌ରେ ସଫେଇ ଦେଇ କହିିଛି ଯେ ‘ଶୁଣିବାକୁ ପାଉଛୁ‌ ଆମେ କରିଥିବା ପ୍ରାରମ୍ଭିକ ଟ୍ବିଟ୍‌ଟି ଭୁଲ୍‌ ଅଟେ, ସେଥିପାଇଁ ଆମେ ଦୁଃଖୀତ। ଆମର ଲକ୍ଷ୍ୟ ଭିନ୍ନ ଥିଲା। ଟ୍ବିଟ୍‌ର ଅର୍ଥ ଥିଲା, ଇଂଲଣ୍ଡରେ କେବଳ ୨୦ ପ୍ରତିଶତ ପେସାଦାର ରୋଷେୟା ବା ସୈଫ୍‌ ହେଉଛନ୍ତି ମହିଳା। ସେମାନଙ୍କୁ ପ୍ରୋତ୍ସାହିତ କରି ଆମେ ପରିବର୍ତ୍ତନ ଆଣିପାରିବା।’