Odisha Link
Bridging the Missing Links in Odisha

ରାଜ୍ୟରେ ଜଙ୍ଗଲ ନିଆଁ ଆୟତ୍ତାଧୀନ: ଫରେଷ୍ଟ ଟାସ୍କ ଫୋର୍ସ

ଭୁବନେଶ୍ବର: ଲାଗାତାର କିଛି ଦିନ ହେବ ରାଜ୍ୟର ପ୍ରାୟତଃ ସବୁ ଜଙ୍ଗଲ ଜଳୁଥିଲା। ଜଙ୍ଗଲ ନିଆଁକୁ ଲିଭାଇବା ପାଇଁ ବହୁ ବନ କର୍ମଚାରୀ ନିୟୋଜିତ ହୋଇଥିବା ବେଳେ କିଛି ସ୍ଥାନରେ ନିଆଁକୁ ଆୟତ୍ତ କରାଯାଇଥିଲା ଆଉ କିଛି ସ୍ଥାନରେ ନିଆଁ ଲିଭା କାର୍ଯ୍ୟ ଜାରି ରହିଥିଲା। ଏହାରି ମଧ୍ୟରେ ଜଙ୍ଗଲ ନିଆଁକୁ ନେଇ ଏକ ଖୁସି ଖବର ସାମ୍ନାକୁ ଆସିଛି। ରାଜ୍ୟରେ ଜଙ୍ଗଲ ନିଆଁ ଆୟତ୍ତାଧୀନ ହୋଇଛି।

ଶିମିଳିପାଳ ସମେତ ରାଜ୍ୟରେ ଜଙ୍ଗଲ ନିଆଁ ଆୟତ୍ତାଧୀନ ହୋଇଛି। ଏନେଇ ଫରେଷ୍ଟ ଟାସ୍କ ଫୋର୍ସ ପକ୍ଷରୁ ସୂଚନା ମିଳିଛି। ରାଜ୍ୟ ସରକାରଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ଜଙ୍ଗଲ ନିଆଁ ବର୍ତ୍ତମାନ ଆୟତ୍ତାଧୀନ ହୋଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କ୍ରମାଗତ ଅଗ୍ନି ଦୃଷ୍ଟିଗୋଚର ହୋଇନାହିଁ ବୋଲି ରିପୋର୍ଟରେ ଦର୍ଶାଇଛନ୍ତି ଟାସ୍କଫୋର୍ସ। ତଥାପି ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି, ଏଥିପାଇଁ ସତର୍କ ରହିବାକୁ ବନ କର୍ମଚାରୀଙ୍କୁ ଉପଦେଶ ଦେଇଛି ଫରେଷ୍ଟ ଟାସ୍କ ଫୋର୍ସ।

Comments are closed.