ପଶ୍ଚିମବଙ୍ଗ ପାଇଁ ବିଜେପିର ନିର୍ବାଚନୀ ଇସ୍ତାହାର ଘୋଷଣା

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଆଜି ନିର୍ବାଚନୀ ଇସ୍ତହାର ଘୋଷଣା କରିଛି ବିଜେପି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପଶ୍ଚିମବଙ୍ଗ ବିଜେପି ପ୍ରଭାରୀ କୈଳାସ ବିଜୟବର୍ଗୀୟ ଓ ପ୍ରଦେଶ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ଉପସ୍ଥିତିରେ ଏହି ଘୋଷଣାପତ୍ର ଜାରି ହୋଇଛି।
କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହା ଘୋଷଣାପତ୍ର ଜାରି କରି କହିଛନ୍ତି, ପଶ୍ଚିମବଙ୍ଗକୁ ସୁନାର ବେଙ୍ଗଲ ବନେଇବା ବିଜେପିର ସ୍ୱପ୍ନ ରହିଛି। ଏଥିପାଇଁ ଏହି ନିର୍ବାଚନୀ ଇସ୍ତହାରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ସ୍ଥାନ ଦିଆଯାଇଛି। ବିଜେପି ସରକାର ଆସିବା ପରେ ନିର୍ବାଚନୀ ଇସ୍ତହାରକୁ ଗୁରୁତ୍ୱ ଦିଆଯାଇଛି। ନିର୍ବାଚନୀ ଇସ୍ତହାରରେ ହିଁ ବିଜେପି ବିଶ୍ୱାସ ରଖିଥାଏ ବୋଲି ଶାହା କହିଛନ୍ତି।
ନିର୍ବାଚନୀ ଇସ୍ତାହାର ମୁତାବକ
୧- ୩ବର୍ଷ ଧରି ବନ୍ଦ ଥିବା କୃଷି ଯୋଜନା ପୁଣି ଚାଲୁ ହେବ।
୨- ପବ୍ଲିକ୍ ଟ୍ରାନ୍ସପୋର୍ଟରେ ମହିଳାଙ୍କୁ ମିଳିବ ମାଗଣା ଯାତ୍ରା।
୩- ପଶ୍ଚିମବଙ୍ଗରେ ନିର୍ମାଣ ହେବ ୩ଟି ଏମ୍ସ।
୪- ଧାର୍ମିକ ସ୍ଥାନର ନବୀକରଣ ପାଇଁ ଦିଆଯିବ ୧୦୦କୋଟି ଟଙ୍କା।
୫- ବର୍ଡରରେ ଲାଗିବ ସିସିଟିଭି , ନିୟମ ହେବ କଡ଼ାକଡ଼ି।
୬- ସବୁ ସରକାରୀ ନିଯୁକ୍ତିରେ ମହିଳାଙ୍କୁ ମିଳିବ ୩୩ ପ୍ରତିଶତ ସଂରକ୍ଷଣ।
୭-ରାଜ୍ୟରେ ଲାଗୁ କରାଯିବ ଆୟୁଷ୍ମାନ ଯୋଜନା।
୮- ଗଙ୍ଗାସାଗର ମେଳା ପାଇଁ ଦିଆଯିବ ୨୫ କୋଟି। ଗରୀବଙ୍କ ପାଇଁ ଆରମ୍ଭ ହେବ ୫ଟଙ୍କିଆ ଭାତ-ଡାଲମା
୯- ବିଧବା ଭତ୍ତାକୁ ୧ ହଜାରରୁ ୩ ହଜାରକୁ ବୃଦ୍ଧି କରାଯିବ।
୧୦- ନୂଆ ପ୍ରକଳ୍ପର ବିକାଶ ପାଇଁ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ହେବ। ୬୭୫ କି.ମି ନୂଆ ନେତାଜୀ ହାଇୱେ ନିର୍ମାଣ ହେବ।
୧୧- ପଶ୍ଚିମବଙ୍ଗକୁ ଅନୁପ୍ରବେଶ ନେଇ ନିଆଯିବ ପଦକ୍ଷେପ।
୧୨-ପ୍ରତି ଘରୁ ଜଣକୁ ଦିଆଯିବ ଚାକିରି।
୧୩- ରାଜନୈତିର ହିଂସାରେ ମୃତ୍ୟୁ ହେଲେ ପରିବାରକୁ ମିଳିବ ୨୫ ଲକ୍ଷ ଟଙ୍କା।
୧୪ ପୁରୁଳିଆରେ ନିର୍ମାଣ ହେବ ନୂଆ ଏୟାରପୋର୍ଟ।
୧୫- ପଶ୍ଚିମବଙ୍ଗ ପାଇଁ ଆସିବ ୧ହଜାର କୋଟିର ପର୍ଯ୍ୟଟନ ନୀତି।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ଏଥର ଆଠଟି ପର୍ଯ୍ୟାୟରେ ନିର୍ବାଚନ ହେବ। ତୃଣମୂଳ କଂଗ୍ରେସ -ବିଜେପି ଏଥର ଜୋରଦାର ଟକ୍କର ହେବ। ଦୀର୍ଘ ୧୦ ବର୍ଷର ମମତା ଶାସନକୁ ହଟେଇ ବିଜେପି ଏଠାରେ ନିଜ ସରକାର ଗଢିବାକୁ ରଣନୀତି ପ୍ରସ୍ତୁତ କରୁଛି।