Odisha Link
Bridging the Missing Links in Odisha

ଅଶ୍ଳୀଳ ଭିଡିଓ ଦେଖି ୫ମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ଚଣ୍ଡିଗଡ: ଅଶ୍ଳୀଳ ଭିଡିଓ ଦେଖି ୫ମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ। ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏଭଳି ଏକ ଘୃଣ୍ୟ ତଥା ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ହରିୟାଣାରେ।

ଅଭିଯୋଗ ମୁତାବକ, ୨୪ ମେ’ରେ ପୀଡିତା ଘର ବାହାରେ ଖେଳୁଥିଲେ। ସେହି ସମୟରେ ନାବାଳିକାକୁ ଉଠାଇ ନେଇଥିଲେ ଅଭିଯୁକ୍ତ। ଡିସିପିଙ୍କ କହିବା ଅନୁସାରେ ଅଭିଯୁକ୍ତମାନେ ଦୁଷ୍କର୍ମ ବେଳର ଭିଡିଓ କରି ନାବାଳିକାଙ୍କୁ ଧମକ ଦେଇଥିଲେ। ଯଦି ଘଟଣା ସମ୍ପର୍କରେ କାହାରିକୁ କିଛି କହିବୁ ତେବେ ଭିଡିଓକୁ ଭାଇରାଲ୍ କରିବାକୁ ଧମକ ଦେଇଥିଲେ। ପରିବାରଲୋକ ଏ ସମ୍ପର୍କରେ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ।

ଏହି ମାମଲାରେ ଜଣେ ୧୮ ବର୍ଷ ବୟସ୍କ ଯୁବକଙ୍କ ସହ ୭ ନାବାଳକଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ୫ ନାବାଳକଙ୍କ ବୟସ ୧୦-୧୨ ବର୍ଷ।  ସେମାନଙ୍କୁ ଯୁବକ ଜଣଙ୍କ ଉସକାଇବା ସହ ଅଶ୍ଳୀଳ ଭିଡିଓ ଦେଖାଇବା ପରେ ସେମାନ ଦୁଷ୍କର୍ମ କରିଛନ୍ତି।