Odisha Link
Bridging the Missing Links in Odisha

ଭାରତରେ ଆଇନଗତ ସୁରକ୍ଷା ହରାଇଲା ଟ୍ୱିଟର

ନୂଆଦିଲ୍ଲୀ: ଭାରତରେ ନୂଆ ଆଇଟି ନିୟମ ନ ମାନିବା ଟ୍ୱିଟର ପାଇଁ ପଡିଲା ମହଙ୍ଗା ପଡିଛି। ନୂଆ ନିୟମ ପାଳନ କରିନଥିବାରୁ ଭାରତରେ ଆଇନଗତ ସୁରକ୍ଷା ହରାଇଛି ଟ୍ୱିଟର। ୨୫ ମଇରୁ ଲାଗୁ ହୋଇଥିବା ନୂଆ ଆଇଟି ନିୟମକୁ ଟ୍ୱିଟର ପାଳନ କରିନାହିଁ। ଏହାପରେ ଟ୍ୱିଟର ବିରୋଧରେ ଏଭଳି ପଦକ୍ଷେପ ନିଆଯାଇଛି।

ଆଇନଗତ ସୁରକ୍ଷା ହରାଇବା ପରେ ବର୍ତମାନ ଆଇପିସିର ଧାରା ଅନୁସାରେ ଟ୍ୱିଟର ଉପରେ ମାମଲା ରୁଜୁ ହୋଇପାରିବ ଓ ପୁଲିସ ପଚରାଉଚରା ବି କରିପାରିବ।ଏକ ଭାଇରାଲ ଭିଡିଓ ମାମଲାରେ ଟ୍ୱିଟର ବିରୋଧରେ ୟୁପିର ଗାଜିଆବାଦରେ ପୁଲିସ ମାମଲା ରୁଜୁ କରିଛି।

ଟ୍ୱିଟର ହେଉଛି ଆମେରିକାର ଏକମାତ୍ର ପ୍ଲାଟଫର୍ମ, ଯାହା ଉପରୁ ଆଇଟି ଆକ୍ଟର ଧାରା ୭୯ ଅନୁସାରେ ମିଳୁଥିବା ଆଇନଗତ ସୁରକ୍ଷାକୁ ପ୍ରତ୍ୟାହାର କରି ନିଆଯାଇଛି। ଗୁଗୁଲ, ଫେସବୁକ, ୟୁଟ୍ୟୁବ, ହ୍ୱାଟସଅପ ଓ ଇନଷ୍ଟାଗ୍ରାମ ଭଳି ପ୍ଲାଟଫର୍ମ ନିକଟରେ ଏବେ ବି ଭାରତ ସରକାରଙ୍କ ଆଇନଗତ ସୁରକ୍ଷା ରହିଛି।

ନୂଆ ନିୟମ ପାଳନ କରିନଥିବାରୁ ସରକାର ଟ୍ୱିଟରକୁ ନୋଟିସ ଜାରି କରିଥିଲେ। ଏଥିରେ କୁହାଯାଇଥିଲା, ଟ୍ୱିଟର ଆଦେଶର ଅନୁପାଳନ କରୁ। ନ ହେଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ। କିଛିଦିନ ତଳେ ଗାଜିଆବାଦରେ ଜଣେ ବ୍ୟକ୍ତିଙ୍କୁ ମାରପିଟ ଅଭିଯୋଗରେ ଟ୍ୱିଟର ଇଣ୍ଡିଆ ସମେତ ୯ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଗାଜିଆବାଦ ପୁଲିସ କହିଛି, ଏହି ଭିଡିଓକୁ ଭାଇରାଲ କରିବାକୁ ରୋକିବାରେ ଟ୍ୱିଟର କିଛି ପଦକ୍ଷେପ ନେଇନଥିଲା।

Leave A Reply

Your email address will not be published.