Odisha Link
Bridging the Missing Links in Odisha

ଅଧିକ ସଂକ୍ରମଣ ଜିଲ୍ଲାରେ ବ୍ୟାପକ କରାଯିବ ଡୋର୍ ଟୁ ଡୋର୍ ସର୍ଭେ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ପଶ୍ଚିମ ଓଡ଼ିଶାରେ କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଉପକୂଳକୁ ଫୋକସ୍। ଅଧିକ ସଂକ୍ରମଣ ଥିବା ଜିଲ୍ଲାରେ ଅଧିକ ଟେଷ୍ଟ କରାଯିବା ସହ ଡୋର୍ ଟୁ ଡୋର୍ ସର୍ଭେ ବ୍ୟାପକ କରାଯିବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ କହିବାନୁଯାୟୀ, ସଂକ୍ରମଣ ପର୍ଯ୍ୟାୟ କ୍ରମେ ପଶ୍ଚିମ ଓଡ଼ିଶାରେ ଆରମ୍ଭ ହୋଇ ଉପକୂଳକୁ ଆସିଥିଲା। ଏବେ ଧୀରେ ଧୀରେ ହ୍ରାସ ପାଇବ। ଏହା ଏକ ସ୍ୱାଭାବିକ ପ୍ରକ୍ରିୟା। ଆଜି ୧୮ ଜିଲ୍ଲାରେ ଦୁଇ ଅଙ୍କକୁ ଖସିଛି ଦୈନିକ ସଂକ୍ରମଣ ସଂଖ୍ୟା। ବାକି ଯେଉଁ ଜିଲ୍ଲାରେ ଅଧିକ ରହିଛି ତାହା ଆଗକୁ ମଧ୍ୟ କମିବ। ହାରାହାରି ୬ ପ୍ରତିଶତ ରହୁଛି ସଂକ୍ରମଣ ହାର। ଯେଉଁ ଜିଲ୍ଲାରେ ଅଧିକ ରହୁଛି, ଆଶା କରାଯାଉଛି ଏହି ମାସ ଶେଷ ସୁଦ୍ଧା ବହୁତ କମିଯିବ।

ଆଇସିୟୁ ପରିଚାଳନା ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ଆଇସିୟୁ ମ୍ୟାନେଜମେଣ୍ଟ ସଠିକ ଭାବେ କରାଯାଉଛି। ପରିଚାଳନା ସଠିକ ନଥିଲେ ବହୁତ ମୃତ୍ୟୁ ହୋଇଥାନ୍ତା । ଡାକ୍ତରମାନେ ନିଜ ଜୀବନକୁ ବାଜି ଲଗାଇ କାମ କରୁଛନ୍ତି। ବର୍ତ୍ତମାନ ୪୫ ହଜାର ୮୦୯ ଆକ୍ଟିଭ କେସ୍ ଥିବା ବେଳେ ୮ ହଜାର ହସ୍ପିଟାଲରେ ଅଛନ୍ତି।

ସେପଟେ ଆଇସିୟୁ ମ୍ୟାନେଜମେଣ୍ଟ ସଠିକ୍ ଭାବେ କରାଯାଉଛି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ପରିଚାଳନା ସଠିକ୍ ନଥିଲେ ଅଧିକ ମୃତ୍ୟୁ ହୋଇଥାନ୍ତା । ଡାକ୍ତରମାନେ ଜୀବନକୁ ବାଜି ଲଗାଇ କାମ କରୁଛନ୍ତି ।ବର୍ତ୍ତମାନ ୪୫ ହଜାର ରୋଗୀଙ୍କ ମଧ୍ୟରୁ ୮ ହଜାର ଅଛନ୍ତି ହସ୍ପିଟାଲରେ ।

Leave A Reply

Your email address will not be published.