Odisha Link
Bridging the Missing Links in Odisha

ଥରିଲା ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନରେ ଜୋରଦାର ଭୁକମ୍ପ ଝଟ୍‌କା। ପାକିସ୍ତାନ ରାଜଧାନୀ ଇସଲାମାବାଦରେ ଆଜି ସକାଳ ପ୍ରାୟ ୬ଟା ୩୯ ମିନିଟରେ ଭୁକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୪.୫ ବୋଲି ଜଣାପଡିଛି।

ସୂଚନା ମୁତାବକ, ବୁଧବାର ସକାଳ ପ୍ରାୟ ୬.୩୯ ମିନିଟରେ ଇସଲାମାବାଦରେ ୪.୫ ତିବ୍ରତାର ଭୂକମ୍ପ ଝଟ୍‌କା ଅନୁଭୁତ ହୋଇଛି। ଭୂକମ୍ପ କାରଣରୁ ଲୋକେମାନେ ଘରୁ ବାହାରକୁ ଆସିଯାଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଭୂକମ୍ପରେ କୌଣସି କ୍ଷୟକ୍ଷତି ସୂଚନା ମିଳିନାହିଁ। ସେହିପରି ଭୂକମ୍ପର କେନ୍ଦ୍ରସ୍ଥଳୀ ଇସଲାମାବାଦ ଠାରୁ ବହୁ ଦୂରରେ ଥିବା ମଧ୍ୟ ଜଣାପଡିଛି।