Odisha Link
Bridging the Missing Links in Odisha

ସଙ୍ଗୀତକାର ଅନୁ ମଲ୍ଲିକଙ୍କ ନାଁରେ ଚୋରି ଅଭିଯୋଗ

ମୁମ୍ବାଇ: ସଙ୍ଗୀତକାର ଅନୁ ମଲ୍ଲିକଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ। ଇସ୍ରାଇଲ୍‌ର ନ୍ୟାସନାଲ୍‌ ଆନ୍ଥେମର ଧୂନ୍‌ ଚୋରି କରିଥିବା ନେଇ ଅଭିଯୋଗ ହୋଇଛି। କିଛି ୟୁଜର୍ସ ଏଭଳି ଅଭିଯୋଗ ଆଣିଛନ୍ତି। କେବଳ ସେତିକି ନୁହେଁ ତାଙ୍କୁ ସୋଶାଲ ମିଡିଆରେ ଟ୍ରୋଲ ମଧ୍ୟ କରାଯାଇଛି।

ନିକଟରେ ଟୋକିଓରେ ଖେଳାଯାଉଥିବା ଅଲିମ୍ପିକ୍ ଗେମ୍ସରେ ଇସ୍ରାଏଲର ଜିମ୍ନାଷ୍ଟ ଡଲଗୋପିଆଟ୍ ସ୍ୱର୍ଣ୍ଣ ପଦକ ଜିତିଥିଲେ। ପୁରସ୍କାର ବିତରଣ ଉତ୍ସବରେ ଯେତେବେଳେ ଇସ୍ରାଏଲ ନ୍ୟାସନାଲ ଆନ୍ଥେମ ବାଜିଥିଲା ସେତେବେଳେ ଏହି ଧୂନ୍‌ ଶୁଣିବା ପରେ ୟୁଜର୍ସମାନେ ଅନୁ ମଲ୍ଲିକଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି।

ସେମାନେ ଅଭିଯୋଗ କରିଛନ୍ତି ଯେ ଅନୁ ମଲ୍ଲିକ ଇସ୍ରାଏଲର ଜାତୀୟ ସଙ୍ଗୀତରୁ ଫିଲ୍ମ ‘ଦିଲଜଲେ’ର ଗୀତ ତିଆରି କରିଛନ୍ତି। ଲୋକମାନେ କହିଛନ୍ତି, ଇସ୍ରାଏଲର ଜାତୀୟ ସଂଗୀତ ଏବଂ ୧୯୯୬ରେ ରିଲିଜ ହୋଇଥିବା ଫିଲ୍ମ ‘ଦିଲଜଲେ’ରେ ଅନୁ ମଲ୍ଲିକ କମ୍ପୋଜ କରିଥିବା ‘ମେରା ମୁଲ୍କ ମେରା ଦେଶ’ ଉଭୟଙ୍କର ସମାନ ସ୍ୱର ରହିଛି। ଅନୁ ମଲ୍ଲିକଙ୍କ ବିରୋଧରେ ଏହି ଅଭିଯୋଗ ଆସିବା ପରେ ଏବେ ତାଙ୍କ ନାମ ଟ୍ୱିଟରରେ ଟ୍ରେଣ୍ଡ କରିବା ଆରମ୍ଭ କରିଛି।

ସୂଚନା ମୁତାବକ ଅନୁ ମଲ୍ଲିକ ଏହା ପୂର୍ବରୁ ମଧ୍ୟ ବହୁ ବିବାଦକୁ ଆସି ସାରିଛନ୍ତି। ତାଙ୍କ ନାଁରେ ଧୂନ୍‌ ଚୋରି କରିବା ଠାରୁ ଆରମ୍ଭ କରି ମିଠୁ ଭଳି ଅଭିଯୋଗ ମଧ୍ୟ ଆସି ସାରିଛି। ଅନୁ ମଲ୍ଲିକ ଏବେ ସିଙ୍ଗିଙ୍ଗ ରିଆଲିଟି ଶୋ’ ଇଣ୍ଡିଆନ୍‌ ଆଇଡଲ-୧୨ର ଜଜ୍‌ ଭାବେ ଛୋଟ ପରଦାକୁ ଫେରିଛନ୍ତି। ତାଙ୍କ ନାଁରେ ବିବାଦ ଉପୁଜିବା ପରେ ସେ ଏହି ଶୋରୁ ବହୁ ଦିନ ହେବ ଗାଏବ ହୋଇଯାଇଥିଲେ।

Leave A Reply

Your email address will not be published.