Odisha Link
Bridging the Missing Links in Odisha

ସ୍ୱର୍ଣ୍ଣ ପଦକକୁ ବାଣ୍ଟି ଅଲିମ୍ପିକ୍ସରେ ଲେଖିଲେ ନୂଆ ଇତିହାସ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଦେଖିବାକୁ ମିଳିଛି ଏକ ହୃଦୟସ୍ପର୍ଶୀ ଦୃଶ୍ୟ। ଦୁଇ ପ୍ରତିଦ୍ୱନ୍ଦ୍ୱୀ ସବୁ କ୍ରୀଡାବିତଙ୍କୁ ଦେଲେ ମାନବିକତାର ବାର୍ତ୍ତା। ରଚିଲେ ଅଲିମ୍ପିକ୍ସରେ ନୂଆ ଇତିହାସ। ମେଡାଲକୁ ଭାଗ କଲେ ଦୁଇ ପ୍ରତିଦ୍ୱନ୍ଦ୍ୱୀ।

ଟୋକିଓ ଅଲିମ୍ପିକ୍ସରେ ପୁରୁଷ ହାଇଜମ୍ପ ପ୍ରତିଯୋଗିତାରେ ଦୁଇ ଖେଳାଳି ପରସ୍ପର ମଧ୍ୟରେ ସ୍ୱର୍ଣ୍ଣ ପଦକ ବାଣ୍ଟିଛନ୍ତି। କତାରର ମୁତାଜ ବରଶିମ୍ ଓ ଇଟାଲିର ଗିଆନମାର୍କୋ ପରସ୍ପର ମଧ୍ୟରେ ପଦକ ବାଣ୍ଟିଛନ୍ତି। ହାଇଜମ୍ପର ଫାଇନାଲରେ ଉଭୟ ସମାନ ସ୍କୋର କରିଥିଲେ।

୩୦ ବର୍ଷୀୟ ବରଶିମ୍ ଓ ୨୯ ବର୍ଷୀୟ ଗିଆନମାର୍କୋ ୨.୩୭ ମିଟର ଜମ୍ପ୍ ସହ ପ୍ରତିଯୋଗୀତା ଶେଷ କରିଥିଲେ। ତେବେ ୨.୩୯ ମିଟର ଜମ୍ପରେ ଉଭୟ ୩-୩ ଥର ବିଫଳ ହୋଇଥିଲେ। ଏହାପରେ ରେଫରୀ ସେମାନଙ୍କୁ ଜମ୍ପ୍ ଅଫ୍ ବିଷୟରେ କହିଥିଲେ ଏବଂ ଏଥିରେ ଯିଏ ବିଜୟୀ ହେବ ସେ ସ୍ୱର୍ଣ୍ଣ ପଦକ ପାଇବ ବୋଲି କହିଥିଲେ।

କତାରର ବରଶିମ୍ ରେଫରିଙ୍କୁ କଣ ଦୁଇଟି ସ୍ୱର୍ଣ୍ଣ ପାଇହେବ କି ବୋଲି ପଚାରିଥିଲେ। ଏଥିରେ ରେଫରୀ ହଁ କହିଥିଲେ। ଫଳରେ ସ୍ୱର୍ଣ୍ଣ ପଦକ ଉଭୟଙ୍କ ମଧ୍ୟରେ ବଣ୍ଟାଯାଇଥିଲା। ବରଶିମ୍ କହିଛନ୍ତି ଯେ, ଟାମ୍ବରୀ ମୋର ଜଣେ ଶ୍ରେଷ୍ଠ ବନ୍ଧୁ। କେବଳ ଖେଳ ଟ୍ରାକରେ ନୁହେଁ, ବାହାରେ ମଧ୍ୟ। ଆମେ ସାଙ୍ଗ ହୋଇ କାମ କରୁ। ଏବେ ଆମ ସ୍ୱପ୍ନ ପୂରଣ କରିବୁ। ଆମେ ପରସ୍ପରକୁ ଚାହିଁ ପ୍ରତିଯୋଗିତାର ଆଉ ଆବଶ୍ୟକତା ନଥିବା ବୁଝିଗଲୁ। ଏହା କ୍ରୀଡାବିତଙ୍କ ଆତ୍ମବଳ। ଆମେ ଏହି ବାର୍ତ୍ତା ଏଠାରେ ଦେଉଛୁ।

Leave A Reply

Your email address will not be published.