Odisha Link
Bridging the Missing Links in Odisha

ଶ୍ରୀମନ୍ଦିର ଶୈଳୀରେ ଲକ୍ଷ୍ନୌରେ ନିର୍ମାଣ ହେବ ଭବ୍ୟ ଜଗନ୍ନାଥ ମନ୍ଦିର

ଲକ୍ଷ୍ନୌ: ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ନିର୍ମାଣ ହେବ ଏକ ଜଗନ୍ନାଥ ମନ୍ଦିର। ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ନିର୍ମାଣ ହେବ ମହାପ୍ରଭୁ ଜଗନ୍ନାଥଙ୍କ ଭବ୍ୟ ମନ୍ଦିର। ଏଥିପାଇଁ ଜମି ଦେବାକୁ ନିଷ୍ପତ୍ତି ନେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

ପୁରୀ ଶ୍ରୀମନ୍ଦିର ଶୈଳୀରେ ଲକ୍ଷ୍ନୌରେ ମଧ୍ୟ ଜଗନ୍ନାଥ ମନ୍ଦିର ତିଆରି ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୫ ଏକର ଜମି ଦେବାକୁ ସ୍ୱୀକୃତି ପ୍ରଦାନ କରିଛନ୍ତି। ସେହିପରି ସରୋଜିନ ନଗରର ବିଜନୋରରେ “ଓଡ଼ିଶା କଲଚର ଆଣ୍ଡ ରିସର୍ଚ୍ଚ ସେଣ୍ଟର” ମଧ୍ୟ ତିଆରି ହେବ। ସୂଚନାଯୋଗ୍ୟ, ୨୦୧୮ରେ ଯୋଗୀ ଓଡ଼ିଆ ସମାଜର ଗୋଟିଏ କାର୍ଯ୍ୟକ୍ରମରେ ଯୋଗଦେଇ ଏସବୁ ପ୍ରକଳ୍ପ କାମ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ନିକଟରେ ପ୍ରଶାସନ ତରଫରୁ ଓଡ଼ିଆ ସାମାଜକୁ ଅବଗତ କରାଯାଇଛି ଯେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶକ୍ରମେ ଓଡ଼ିଶାର କଲଚର ସେଣ୍ଟର ଓ ମନ୍ଦିର ପାଇଁ ସରୋଜିନ ନଗରର ବିଜନୋରରେ ଥିବା ୫ ଏକର ଜମି ହସ୍ତାନ୍ତର କରାଯିବ। ଏହାପରେ ମନ୍ଦିର ଓ କଲଚର ସେଣ୍ଟର ତିଆରି ପ୍ରକ୍ରିୟା ଆରମ୍ଭ ହେବ। ସୂଚନାଯୋଗ୍ୟ, ଲକ୍ଷ୍ନୌରେ ଓଡ଼ିଆ ଲୋକଙ୍କ ସଂଖ୍ୟା ପ୍ରାୟ ୧ ଲକ୍ଷ ରହିଛି।

Leave A Reply

Your email address will not be published.