Odisha Link
Bridging the Missing Links in Odisha

ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୪ଟି ଗେଟ୍‌

ଓଏଲ୍‌ ବ୍ୟୁରୋ: ଖୋଲିଲା ହୀରାକୁୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍। ପୂର୍ବରୁ ୧୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଥିବାବେଳେ ଆଜି ଆଉ ୪ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି। ମୋଟ୍‌ ୧୪ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି।

ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୧୫.୬୦ ଫୁଟ ରହିଛି। ୪ଲକ୍ଷ ୨୧ହଜାର ୫୮୯ କ୍ୟୁସେକ ଦଳ ପ୍ରବେଶ କରୁଛି। ୨ଲକ୍ଷ ୫୪ ହଜାର ୧୪୨ କ୍ୟୁସେକ ଜଳ ନିଷ୍କାସିତ ହେଉଛି।

ଗତକାଲି ହୀରାକୁଦ ଜଳଭଣ୍ଡାରରେ ୨ଟି ପର୍ଯ୍ୟାୟରେ ୧୦ଟି ଗେଟ୍ ଖୋଲାଯାଇଥିଲା। ପ୍ରଥମେ ଦିନ ୧୧ଟାରେ ୫ଟି ଏବଂ ଅପରାହ୍ଣ ୩ଟାରେ ଆଉ ୫ଟି ଗେଟ୍ ଖୋଲାଯାଇଥିଲା। ଛତିଶଗଡ଼ ଓ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦକୁ ଅଧିକ ପାଣି ଆସିଥିଲା। ଫଳରେ ଡ୍ୟାମର ଜଳପତ୍ତନ ବୃଦ୍ଧି ପାଇଥିଲା।

ସେପଟେ ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ, ଅକସ୍ମାତ ବନ୍ୟା, ତଳିଆ ଅଞ୍ଚଳରେ ପାଣି ଜମିବା ସହ ବର୍ଷା ଜନିତ ଅନ୍ୟାନ୍ୟ ସମସ୍ୟା ଉପୁଜିପାରେ।

Leave A Reply

Your email address will not be published.