Odisha Link
Bridging the Missing Links in Odisha

ଦିନିକିଆରେ ଦ୍ବିଶତକ ମାରି ବିଶ୍ବ ରେକର୍ଡ କଲେ ଈଶାନ

ଓଏଲ୍‌ ବ୍ୟୁରୋ: ବାଂଲାଦେଶ ବିପକ୍ଷ ଶେଷ ଦିନିକିଆରେ ବିଶ୍ବ ରେକର୍ଡ ରଚିଲେ ଟିମ୍‌ ଇଣ୍ଡିଆର ବାମହାତୀ ବ୍ୟାଟସମ୍ୟାନ୍‌ ଈଶାନ କିଶନ। ବାଂଲାଦେଶ ବିପକ୍ଷରେ ଦ୍ବିଶତକୀୟ ଇନିଂସ ଖେଳିଛନ୍ତି କିଶନ। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହଓ୍ବାଗ ଓ ରୋହିତ ଶର୍ମାଙ୍କ ପରେ ୪ର୍ଥ ଭାରତୀୟ ଭାବେ ଦିନିକିଆ କ୍ରିକେଟରେ ଦ୍ବିଶତକୀୟ ଇନିଂସ୍‌ ଖେଳିଛନ୍ତି କିଶନ ।

ସବୁଠୁ ବଡ଼ କଥା ହେଲା କିଶନ ମାତ୍ର ୧୨୬ଟି ବଲରେ ଦ୍ବିଶତକ ହାସଲ କରି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । କାରଣ ତାଙ୍କ ପୂର୍ବରୁ ଏତେ କମ୍‌ ବଲରେ କେହି ବି ଦ୍ବିଶତକ ହାସଲ କରିନଥିଲେ। ସେ ଦିନିକିଆ କ୍ରିକେଟରେ ଦ୍ରୁତତମ ଦୁଇ ଶତକ ହାସଲ କରିଥିବା ପ୍ରଥମ ଖେଳାଳି ହୋଇଛନ୍ତି।

ରୋହିତ ଶର୍ମା ଆହତ ହେବାରୁ ଈଶାନ କିଶନଙ୍କୁ ଆଜି ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ସୁଯୋଗ ମିଳିଥିଲା। ସେ ଆରମ୍ଭରୁ ହିଁ ଆଟାକିଂ ଶଟ୍‌ ଖେଳି ପ୍ରଥମେ ୮୫ ବଲରେ ନିଜର ଶତକ ହାସଲ କରିଥିଲେ। ଏହାପରେ ୧୨୬ ବଲରେ ନିଜର ଦ୍ବିଶତକ ହାସଲ କରିଛନ୍ତି।

ଦୁଇ ଶତକ ହାସଲ କରିବା ପରେ ସେ ଗୋଟିଏ ଛକା ଓ ଗୋଟିଏ ଚୌକା ମାରି ଟସ୍କିନ ଅହମଦ ବଲରେ ଆଉଟ ହୋଇଛନ୍ତି। ଈଶାନ କିଶନ ୧୩୧ ବଲରେ ୨୧୦ ରନ କରିଥିଲେ ଏହି ଇନିଂସରେ ୧୦ଟି ବିଶାଳ ଛକା ଓ ୨୪ଟି ଚୌକା ମାରିଛନ୍ତି।

Leave A Reply

Your email address will not be published.