Odisha Link
Bridging the Missing Links in Odisha

୪୦ ମାସ ପରେ ଦିନିକିଆରେ ଶତକ ମାରିଲେ ବିରାଟ

ଓଏଲ୍‌ ବ୍ୟୁରୋ: ବାଂଲାଦେଶ ବିପକ୍ଷ ପ୍ରଥମ ଦୁଇଟି ଦିନିକିଆରେ ଶୋଚନୀୟ ପରାଜୟ ବରଣ କରିଥିବା ଭାରତୀୟ ଦଳ ତୃତୀୟ ଦିନିକିଆରେ କରିଛି ରନ ବର୍ଷା। ଈଶାନ କିଶନଙ୍କ ଦ୍ବିଶତକୀୟ ଇନିଂସ ପରେ କିଙ୍ଗ୍‌ କୋହଲି ଖେଳିଛନ୍ତି ଶତକୀୟ ଇନିଂସ୍‌।

ସବୁଠୁ ବଡ଼ କଥା ହେଲା ରୋହିତ ଶର୍ମା ଆଜି ଖେଳୁ ନଥିବା ବେଳେ ବିରାଟ ଶତକ ହାସଲ କରିଛନ୍ତି। ଏସିଆ କପରେ ମଧ୍ୟ ରୋହିତ ଶର୍ମା ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଖେଳୁ ନଥିଲେ। ସେତେବେଳେ ମଧ୍ୟ ବିରାଟ ଟି-୨୦ରେ ନିଜର ପ୍ରଥମ ଶତକ ହାସଲ କରିଥିଲେ।

୨୦୧୯ ଅଗଷ୍ଟ ମାସ ପରେ ଦିନିକିଆରେ ବିରାଟଙ୍କ ଏହା ପ୍ରଥମ ଶତକ। ସେ ଦୀର୍ଘ ୪୦ ମାସ ପରେ ଦିନିକିଆରେ ଶତକ ହାସଲ କରିଛନ୍ତି। ୨୫ଟି ଇନିଂସ ପରେ ବିରାଟ ଦିନିକିଆରେ ଶତକ ହାସଲ କରିଛନ୍ତି। ଏହା ତାଙ୍କ ଦିନିକିଆ କ୍ୟାରିୟରର ୪୪ତମ ଶତକ। ଏହାକୁ ମିଶାଇ ବିରାଟ ଅନ୍ତର୍ଜାତୀୟ କ୍ରିକେଟରେ ୭୨ତମ ଶତକ ହାସଲ କରିଛନ୍ତି। ସେ ଏବେ ଶତକ ମାମଲାରେ ଅଷ୍ଟ୍ରେଲିଆର ରିକି ପଣ୍ଟିଂଙ୍କୁ ଅତିକ୍ରମ କରି ଯାଇଛନ୍ତି।

ସେହିପରି ସଚିନ ତେନ୍ଦୁଲକରଙ୍କ ଦିନିକିଆ ଶତକ ରେକର୍ଡ ଠାରୁ ବିରାଟ ମାତ୍ର ୫ଟି ସେଞ୍ଚୁରୀ ପଛରେ ରହିଛନ୍ତି। ସେହିପରି ସଚିନଙ୍କ ଅନ୍ତର୍ଜାତୀୟ ସେଞ୍ଚୁରୀ ରେକର୍ଡ ଠାରୁ ବିରାଟ ୨୮ଟି ଶତକ ଦୂରରେ ଅଛନ୍ତି।

Leave A Reply

Your email address will not be published.