Odisha Link
Bridging the Missing Links in Odisha

ଚୀନ ସେନା ଉପରେ ରଖୁଛି ନଜର, ଭାରତର ଲଢୁଆ ବିମାନ

ଚୀନ ପକ୍ଷରୁ ହେଉଥିବା ବାୟୁକ୍ଷେତ୍ର ଉଲ୍ଲଂଘନକୁ ରୋକିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରିଛି ଭାରତୀୟ ବାୟୁସେନା।

ଓଏଲ୍ ବ୍ୟୁରୋ : ଅରୁଣାଚଳ ପ୍ରଦେଶ ସୀମାରେ ପାଟ୍ରୋଲିଂ କରୁଛି ଭାରତୀୟ ବିମାନ। ଚୀନ ସେନାର କାର୍ଯ୍ୟକଳାପକୁ ଚିନ୍ହଟ କରୁଛି ଭାରତୀୟ ବାୟୁସେନା। ଚୀନ ପକ୍ଷରୁ ହେଉଥିବା ବାୟୁକ୍ଷେତ୍ର ଉଲ୍ଲଂଘନକୁ ରୋକିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରିଛି ଭାରତୀୟ ବାୟୁସେନା। ଭାରତ ଏବଂ ଚୀନ୍‌ ସେନା ମୁହାଁମୁହିଁ ହେବା ପରେ ଭାରତୀୟ ବାୟୁସେନା ଏପରି ନିଷ୍ପତ୍ତି ନେଇଛି।

ଡିସେମ୍ବର ୯ ତାରିଖରେ ଅରୁଣାଚଳପ୍ରଦେଶର ତୱାଙ୍ଗ ସେକ୍ଟରରେ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଖବର ଅନୁସାରେ ଚୀନ୍‌ ସୈନିକମାନେ ପ୍ରଥମେ ଏଲ୍‌ଏସି ଅତିକ୍ରମ କରିବା ପରେ ଭାରତୀୟ ସୈନିକ ଏହାର କଡ଼ା ଜବାବ ଦେଇଥିଲେ। ଦୀର୍ଘ ଦିନ ବ୍ୟବଧାନ ପରେ ପୁଣି ଭାରତ-ଚୀନ ସେନା ମୁହାଁମୁହିଁ ହୋଇଛନ୍ତି। ଚୀନ ସେନାର ବାୟୁକ୍ଷେତ୍ର ଉଲ୍ଲଂଘନକୁ ରୋକିବାକୁ ଭାରତୀୟ ବାୟୁସେନାର ଲଢୁଆ ବିମାନ ୨-୩ ଥର ଆକାଶ ସୀମାରେ ପଇନ୍ତରା ମାରିଛି।

Leave A Reply

Your email address will not be published.