Odisha Link
Bridging the Missing Links in Odisha

ମାଟିରେ ମିଶିଲା ବିଶାଳକାୟ ଚିମିଣି

ଓଏଲ୍‌ ବ୍ୟୁରୋ: ମାଟିରେ ମିଶିଲା ୧୬୦ ମିଟର ଉଚ୍ଚତା ବିଶିଷ୍ଠ ଚିମିଣି। ଲାନ୍‌କୋ କମ୍ପାନୀ ଦ୍ବାରା ନିର୍ମିତ ବିଶାଳକାୟ ଚିମିଣି ଭାଙ୍ଗିଛି ଢେଙ୍କାନାଳ ଜିଲ୍ଲା ପ୍ରଶାସନ। ଲାନ୍‌କୋ କମ୍ପାନୀ କାର୍ଯ୍ୟକ୍ଷମ ନହେବାରୁ ଏହା ଦୀର୍ଘଦିନ ଧରି ଅବ୍ୟବହୃତ ହୋଇ ପଡ଼ିଥିଲା। ଯାହାଫଳରେ ଏହାକୁ ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିଲା ଜିଲ୍ଲା ପ୍ରଶାସନ ।

ସବୁଠୁ ବଡ଼ କଥା ହେଲା ଏହି ବିଶାଳକାୟ ଚିମିଣିକୁ ଭାଙ୍ଗିବା ପାଇଁ ଜିଲ୍ଲା ପ୍ରଶାସନ ଏହାପୂର୍ବରୁ ଦୁଇଥର ଉଦ୍ୟମ କରିଥିଲା। ହେଲେ ସୁଫଳ ମିଳିନଥିଲା। ଢେଙ୍କାନାଳର ଓଡ଼ାପଡ଼ା ବ୍ଲକ କୁରୁଣ୍ଟି ଗାଁରେ ଥିବା ଏହି ଚିମିଣିକୁ ଭାଙ୍ଗିଲା ରାଜସ୍ଥାନ ଏକ୍ସକ୍ୟୁଡ ଏକ୍ସପ୍ଲୋସିଭ ପ୍ରାଇଭେଟ୍‌ ଲିମିଟେଡ । ଏହାକୁ ଭାଙ୍ଗିବା ପାଇଁ ୧ ହଜାରରୁ ଉର୍ଦ୍ଧ୍ବ କେଜିର ବିସ୍ଫୋରକ ବ୍ୟବହାର କରାଯାଇଥିଲା ।