Odisha Link
Bridging the Missing Links in Odisha

ସେଲ୍ଫି ହେଲା କାଳ, ହେଲିକପ୍ଟର ବ୍ଲେଡରେ ଚାଲିଗଲା ଜଣେ ପ୍ରଶାସନିକ ଅଧିକାରୀଙ୍କ ଜୀବନ

ହେଲିକପ୍ଟର ବ୍ଲେଡରେ କଟି ଜୀବନ ଚାଲିଯାଇଥିବା ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳ ବିକାଶ ପ୍ରାଧିକରଣର ଆର୍ଥିକ ନିୟନ୍ତ୍ରକ ଜିତେନ୍ଦ୍ର କୁମାର ସାଇନି।

ଓଏଲ୍‌ ବ୍ୟୁରୋ: କେଦାରନାଥରେ ଘଟିଥିବା ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ହେଲିକପ୍ଟର ବ୍ଲେଡରେ କଟି ଉତ୍ତରାଖଣ୍ଡର ଜଣେ ପ୍ରଶାସନିକ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି। ଚଳନ୍ତା ହେଲିକପ୍ଟର ବାହାରେ ସେଲଫି ନେବା ସମୟରେ ଏଭଳି ଅଘଟଣ ଘଟିଥିବା ସୂଚନା ରହିଛି। ହେଲିକପ୍ଟର ବ୍ଲେଡରେ କଟି ଜୀବନ ଚାଲିଯାଇଥିବା ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳ ବିକାଶ ପ୍ରାଧିକରଣର ଆର୍ଥିକ ନିୟନ୍ତ୍ରକ ଜିତେନ୍ଦ୍ର କୁମାର ସାଇନି। ତେବେ ଚଳନ୍ତା ହେଲିକପ୍ଟର ବାହାରେ ସେଲଫି ନେବା ସମୟରେ ତାଙ୍କ ଜୀବନ ଚାଲିଯାଇଛି।