Odisha Link
Bridging the Missing Links in Odisha

ଦିଲ୍ଲୀ-ଡେରାଡୁନ୍‌ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପୂର୍ବରୁ ଓଡ଼ିଶାରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଥିଲେ ମୋଦି।

ଓଏଲ୍‌ ବ୍ୟୁରୋ: ଦିଲ୍ଲୀ-ଡେରାଡୁନ୍‌ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଚଳାଚଳ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉତ୍ତରାଖଣ୍ଡକୁ ଚଳାଚଳ କରିବାରେ ଏହା ହେଉଛି ପ୍ରଥମ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’। ଏହି ଟ୍ରେନ୍‌ ଲୋକମାନଙ୍କର ଯାତାୟାତ ସମୟ ହ୍ରାସ କରାଇବ ବୋଲି କୁହାଯାଉଛି। ପୂର୍ବରୁ ଓଡ଼ିଶାରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଥିଲେ ମୋଦି।

ଗତ ମେ ୧୮ରେ ଓଡ଼ିଶାରେ ପୁରୀ-ହାୱାଡା ମାର୍ଗରେ ଦ୍ରୁତଗାମୀ ଟ୍ରେନ ‘ବନ୍ଦେ ଭାରତ ଏକ୍ସପ୍ରେସ’ର ଲୋକାର୍ପଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା। ପୁରୀରେ ବନ୍ଦେ ଭାରତ ଏକ୍ସପ୍ରେସ ଲୋକାର୍ପଣ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ ଯୋଗ ଦେଇଥିଲେ। ଏହି ଟ୍ରେନ ଯାତ୍ରା ଆରମ୍ଭ କରି ହାୱାଡାରେ ପହଞ୍ଚିଥିଲା। ଏହି ରେଳରେ ଯାତ୍ରା କରିବା ପାଇଁ ସମସ୍ତଙ୍କ ମନରେ ଆଗ୍ରହ ରହିଛି।