Odisha Link
Bridging the Missing Links in Odisha

ଜଗା ଦର୍ଶନ କଲେ ମହାନଦୀ ଟ୍ରିବ୍ୟୁନାଲ୍ ଟିମ୍

ପରେ ଦୟା ଓ ଭାର୍ଗବୀ ନଦୀର ସ୍ଥିତି ମଧ୍ୟ ପରଖିବେ।

ଓଏଲ୍‌ ବ୍ୟୁରୋ: ମହାନଦୀ ଜଳକୁ ନେଇ ଲାଗି ରହିଛି ବିବାଦ। ଛତିଶଗଡ ପରେ ଓଡ଼ିଶା ଗସ୍ତରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍। ମେ ୨୦ରୁ ମହାନଦୀ ଜଳର ସ୍ତିତି ଅନୁଧ୍ୟାନ ପାଇଁ ଓଡିଶା ଆସିଛନ୍ତି ମହାନଦୀ ଟ୍ରିବ୍ୟୁନାଲ ଟିମ୍। ତେବେ ଓଡ଼ିଶା ଗସ୍ତରେ ଆସି ଜଗା ଦର୍ଶନ କରିଛନ୍ତି ଟ୍ରିବୁନାଲ ଟିମ୍। ପୁରୀକୁ ୨ଦିନିଆ ଗସ୍ତରେ ଆସିଛନ୍ତି ମହାନଦୀ ଟ୍ରିବ୍ୟୁନାଲ୍ ଟିମ୍। ଏହା ସହ ଚିଲିକା ଓ ସମୁଦ୍ରର ମିଳନସ୍ଥଳ ଅନୁଧ୍ୟାନ କରିବେ। ମହାନଦୀ ଜଳ କେଉଁ କେଉଁ ବାଟ ଦେଇ ଯାଉଛି, ମହାନଦୀ କିଭଳି ଚିଲିକା ଦେଇ ସମୁଦ୍ରରେ ମିଶୁଛି ଦେଖିବେ। ପରେ ଦୟା ଓ ଭାର୍ଗବୀ ନଦୀର ସ୍ଥିତି ମଧ୍ୟ ପରଖିବେ।

ମହାନଦୀ ଜଳବିବାଦ ମାମଲାର ଅନୁଧ୍ୟାନ କରୁଥିବା ଟ୍ରିବ୍ୟୁନାଲ ଟିମ୍, ଛତିଶଗଡରେ ସ୍ଥିତି ଅନୁଧ୍ୟାନ କରିବା ପରେ ଏବେ ଓଡିଶା ଗସ୍ତରେ ଆସିଛନ୍ତି। ଟ୍ରିବ୍ୟୁନାଲ ଟିମ୍ ଓଡିଶାରେ କ୍ଷେତ୍ର ପରିଦର୍ଶନ ଆରମ୍ଭ କରିଛନ୍ତି। ଦୁଇଟି ପର୍ଯ୍ୟାୟରେ ଗସ୍ତ କରିବ ଟିମ୍। ପୂର୍ବରୁ ମେ ୩ରେ ଟ୍ରିବ୍ୟୁନାଲ ଟିମ୍ ଛତିଶଗଡ ପରିଦର୍ଶନ କରିଥିଲେ। ଛତିଶଗଡ଼ରେ କ୍ଷେତ୍ର ପରିଦର୍ଶନ ଶେଷ ପରେ ଓଡ଼ିଶାରେ ମହାନଦୀ ଅବବାହିକା ଦୁଇଟି ପର୍ଯ୍ୟାୟରେ ଗସ୍ତ କରିବ ଟିମ୍ ବୋଲି ସୂଚନା ରହିଥିବାବେଳେ ବର୍ତ୍ତମାନ ଓଡ଼ିଶାରେ ସ୍ତିତି ଅନୁଧ୍ୟାନ ଜାରି ରହିଛି।

Leave A Reply

Your email address will not be published.