Odisha Link
Bridging the Missing Links in Odisha

+୨ ରେଜଲ୍ଟ: ୱେବସାଇଟରେ ଉପଲବ୍ଧ ହେଲା ପରୀକ୍ଷା ଫଳ

ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ପାଇଁ ୱେବସାଇଟରେ ଉପଲବ୍ଧ ହୋଇଛି ପରୀକ୍ଷା ଫଳ।

ଓଏଲ୍‌ ବ୍ୟୁରୋ: ପ୍ରକାଶ ପାଇଛି ଯୁକ୍ତ ଦୁଇ ପରୀକ୍ଷା ଫଳ। ବିଧିବଦ୍ଧ ଭାବେ ଘୋଷଣା କଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି। ଚଳିତ ବର୍ଷ ବିଜ୍ଞାନରେ ୮୪.୯୩% ପାସ ହାର ହୋଇଥିବାବେଳେ ବାଣିଜ୍ୟରେ ୮୧.୧୨ ପ୍ରତିଶତ ପାସ ହାର ରହିଛି। ସେହିଭଳି ନୟାଗଡ଼ ଜିଲ୍ଲାରେ ବିଜ୍ଞାନରେ ୯୬.୪୧ ଓ ବାଣିଜ୍ୟରେ ୯୩.୯ ପ୍ରତିଶତ ଅର୍ଥାତ ସର୍ବାଧିକ ପାସ ହାର ରହିଥିବାବେଳେ ବୌଦ୍ଧ ଓ ଗଜପତିର ସର୍ବନିମ୍ନ ପାସ ହାର ରହିଛି। ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ପାଇଁ ୱେବସାଇଟରେ ଉପଲବ୍ଧ ହୋଇଛି ପରୀକ୍ଷା ଫଳ। ଦୀର୍ଘ ଦେଢ଼ ଘଣ୍ଟା ପରେ ଉପଲବ୍ଧ ହୋଇଛି +୨ ରେଜଲ୍ଟ।

ଖବର ଅନୁସାରେ, ମାର୍ଚ୍ଚ ୧ ତାରିଖରୁ ଯୁକ୍ତ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଏପ୍ରିଲ୍ ୫ ତାରିଖରେ ଶେଷ ହୋଇଥିଲା। ସେହିପରି ଏପ୍ରିଲ୍ ୧୦ ତାରିଖରେ ଖାତା ଦେଖା ଆରମ୍ଭ ହୋଇଥିଲା। ଆଜି ପ୍ରକାଶ ପାଇଛି ଯୁକ୍ତ ଦୁଇ ପରୀକ୍ଷା ଫଳ। ଯୁକ୍ତ ଦୁଇ ବିଜ୍ଞାନରେ ପାସ୍ ହାର ୮୪.୯୩ ପ୍ରତିଶତ। ବିଜ୍ଞାନରେ ପରୀକ୍ଷା ଦେଇଥିଲେ ୯୩,୭୩୪। ସେଥିମଧ୍ୟରୁ ପାସ ହୋଇଛନ୍ତି ୭୮,୯୩୮ ଛାତ୍ରଛାତ୍ରୀ। ପ୍ରଥମ ଶ୍ରେଣୀରେ ୩୯,୫୭୩ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବାବେଳେ ଦ୍ୱିତୀୟ ଶ୍ରେଣୀରେ ୨୪,୨୫୭ ଓ ତୃତୀୟ ଶ୍ରେଣୀରେ ୧୪,୮୫୨ ଛାତ୍ରଛାତ୍ରୀ ପାସ କରିଛନ୍ତି।

ରେଜଲ୍ଟ ପ୍ରକାଶ ପାଇବା ନେଇ ପୂର୍ବରୁ ସିଏଚଏସିସି, ପରୀକ୍ଷା ନିୟନ୍ତ୍ରକ ବିଧିବଦ୍ଧ ଭାବେ ଘୋଷଣା କରିଥିଲେ। ତେବେ ଆଜି କେବଳ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି। ତେବେ ପରବର୍ତ୍ତୀ ସମୟରେ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ। ଛାତ୍ରଛାତ୍ରୀ ନିଜର ଫଳାଫଳ ଜାଣିବା ପାଇଁ orissaresults.nic.in କିମ୍ବା chseodisha.nic.in ୱେବସାଇଟରେ ଯାଇ ଚେକ କରିପାରିବେ।

Leave A Reply

Your email address will not be published.