ଗାଁକୁ ରାସ୍ତା ନଥିବାରୁ ଖଟିଆରେ ବୁହାହେଲା ଶବ

କଳାହାଣ୍ଡି : ରାସ୍ତା ଖରାପ ଯୋଗୁଁ ଗାଁରେ ପହଞ୍ଚି ପାରିଲା ନାହିଁ ଗାଡି। କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ବାଗବିଲା ଗାଁରେ ଘଟିଛି ଏଭଳି ଘଟଣା। ମୃତକ ହେଲେ ଯୋମନ୍ଥୀ ମାଝୀ। ଚିକିତ୍ସାଧୀନ ଅବସ୍ଥାରେ ବଲାଙ୍ଗୀର ଡାକ୍ତରଖାନାରେ ମୃତ୍ୟୁ ହୋଇଛି। ଯୋମନ୍ଥୀ ମାଝୀ ଗତକାଲି ଅସୁସ୍ଥ ହେବାରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା। ଏହା ପରେ ଶବକୁ ଆମ୍ବୁଲାନ୍ସ ଯୋଗେ ଗାଁକୁ ଅଣାଯାଇ ଥିଲେ ହେଁ ଗାଁ ରାସ୍ତା ଖରାପ ଯୋଗୁଁ ଖଟିଆରେ ବୋହିବାକୁ ପଡିଥିଲା ।