ବୋରୱେଲ ଟ୍ରାଜେଡି: ୨୦ ଫୁଟ୍ ତଳେ ନିଜ ଜୀବନ ସହ ସଂଘର୍ଷ କରୁଛନ୍ତି ବୃଦ୍ଧା!

ଓଏଲ୍ ବ୍ୟୁରୋ: ସୁବର୍ଣ୍ଣପୁର କଇଁଫୁଲ ଗାଁରେ ଗଭୀର ବୋରୱେଲ୍ରେ ଜଣେ ବୃଦ୍ଧା ଖସି ପଡିଥିବା ଜଣା ପଡିଛି। ୨୦ ଫୁଟ୍ ଗଭୀର ବୋରୱେଲ୍ରେ ବୃଦ୍ଧା ଫସିରହି ନିଜ ଜୀବନ ସହ ସଂଘର୍ଷ କରୁଛନ୍ତି। ସୁବର୍ଣ୍ଣପୁର କଇଁଫୁଲ ଗାଁରେ ବୋରୱେଲ୍ ଟ୍ରାଜେଡି ହୋଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି କରିଛି।
ସୂଚନା ଅନୁସାରେ, ୨୦୨୨ ଡିସେମ୍ବର ୬ ତାରିଖରେ ବୋରୱେଲ୍ରେ ଜଣେ ଶିଶୁ ଫସିଯାଇଥିଲା। ଉଦ୍ଧାରକାରୀ ଦଳଙ୍କ ଅକ୍ଳାନ୍ତ ପରିଶ୍ରମ ପରେ ଜୀବନ ଯୁଦ୍ଧରେ ହାରିଯାଇଥିଲା ୮ ବର୍ଷର ବାଳକ ତନ୍ମୟ ସାହୁ। ମଧ୍ୟପ୍ରଦେଶର ବୈତୂଲ ଜିଲ୍ଲା ଅନ୍ତର୍ଗତ ମାଣ୍ଡବୀ ଗ୍ରାମସ୍ଥିତ ୪୦୦ ଫୁଟ୍ ଗଭୀର ବୋରୱେଲରେ ପଡିଯାଇଥିଲା। ଏହାପରେ ଏହି ଖବର ଜିଲ୍ଲା ପ୍ରଶାସନ ଓ ପୋଲିସ ପାଖରେ ପହଞ୍ଚିବା ପରେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜୋରଦାର ଚାଲିଥିଲା। ବହୁ ଚେଷ୍ଟା ଜାରି ପରେ ଉଦ୍ଧାର ହୋଇ ତନ୍ମୟ ମୃତ୍ୟୁ ହୋଇଥିଲା।