Odisha Link
Bridging the Missing Links in Odisha

୧୩ ସହରର ତାପମାତ୍ରା ୩୩ ଡିଗ୍ରୀ ପାର; ପାରଳାଖେମୁଣ୍ଡି ଓ ଭବାନୀପାଟଣାରେ ୩୫

ଓଏଲ୍‌ ବ୍ୟୁରୋ: ଫେବୃଆରୀ ମାସ ଆରମ୍ଭରୁ ଖରାଦିନର ତାତି ଅନୁଭୂତ। ମାଘରରେ ଗ୍ରୀଷ୍ମର ଝଳକ। କମିଲାଣି ଶୀତ ବଢ଼ିଲାଣି ତାତି। ଯାହା ଖରାଦିନ ଆରମ୍ଭର ସୂଚନା ଦେଇ ସାରିଲାଣି। ଆଜି ରାଜ୍ୟର ଅନେକ ସ୍ଥାନରେ ଦିନ ବେଳେ ତାତି ଅନୁଭୂତ ହୋଇଛି। ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଆଜି ରାଜ୍ୟର ୧୩ଟି ସହରର ସର୍ବୋଚ୍ଚ ଦିନ ତାପମାତ୍ରା ୩୩ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିଥିଲା।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଗତ ରାତିରେ ଉପକୂଳ ଓଡ଼ିଶାରେ ସ୍ୱାଭାବିକ ଠାରୁ ୨ରୁ ୫ ଡିଗ୍ରୀ ଯାଏଁ ରାତି ତାପମାତ୍ରା ଅଧିକ ରହିଥିଲା। ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା ୩ରୁ ୭ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା । ସେହିପରି ଆଗାମୀ ୩ ଦିନ ଯାଏ ରାଜ୍ୟରେ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ତେବେ ପରବର୍ତ୍ତୀ ୨ ଦିନ ମଧ୍ୟରେ କିଛି ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ଘଟିବାରେ ସମ୍ଭାବନା ରହିଛି।

ପାରଳାଖେମୁଣ୍ଡି ଓ ଭବାନୀପାଟଣାରେ ଦିନ ତାପମାତ୍ରା ସର୍ବାଧିକ ୩୫ ଡିଗ୍ରୀ ରେକର୍ଡ କରାଯାଇଥିଲା। ଟିଟିଲାଗଡ଼ ଓ ମାଲକାନଗିରିରେ ସର୍ବୋଚ୍ଚ ଦିନ ତାପମାତ୍ରା ୩୪.୫ ଡିଗ୍ରୀ ସେଲ୍‌ସିୟସ ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ୩୪.୪ ଓ କଟକରେ ୩୩ ଡିଗ୍ରୀ ରହିଥିଲା।

ସେହିପରି ଚାନ୍ଦବାଲିରେ ଆଜି ସର୍ବୋଚ୍ଚ ଦିନ ତାପମାତ୍ରା ୩୩.୨ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ଅନୁଗୁଳ ଓ ଝାରସୁଗୁଡ଼ାରେ ୩୩.୭, ବଲାଙ୍ଗିରରେ ୩୩.୮, ସୋନପୁରରେ ୩୩.୫, ଭଦ୍ରକରେ ୩୩.୧ ଓ ଢେଙ୍କାନାଳରେ ୩୩.୬ ଡିଗ୍ରୀ ରେକର୍ଡ କରାଯାଇଥିଲା।

ସେହିପରି ଗୋପାଳପୁରେ ୩୦, ପୁରୀରେ ୩୦.୧, ବାରିପଦାରେ ୩୧, ସମ୍ବଲପୁରରେ ୩୨.୧, ସୁନ୍ଦରଗଡ଼ରେ ୩୧.୭, ହୀରାକୁଦରେ ୩୨.୪, ତାଳଚେରରେ ୩୨.୮ ଡିଗ୍ରୀ ରେକର୍ଡ କରାଯାଇଛି।