Odisha Link
Bridging the Missing Links in Odisha

ସିବିଆଇ ଜାଲରେ ଅରୁଣ ସାହୁ ଓ ଅତନୁ ନାୟକ

ଭୁବନେଶ୍ବର: ପୁଣି ଥରେ ଶାସକ ବିଜୁ ଜନତା ଦଳ ପଛରେ ମାତିଲା ସିବିଅ‍ାଇ ଭୂତ। ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ ଓ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ ସିବିଅ‍ାଇ ପଚରାଉଚରା ପାଇଁ ଡାକିଛି।

ଖବର ସରବରାହ ସଂସ୍ଥା ଏଏନ୍ଅ‍ାଇ ମୁତାବକ, ଉଭୟଙ୍କୁ ସିବିଅ‍ାଇ ପଚରାଉଚରା ପାଇଁ ନୋଟିସ୍ ଜାରି କରିଛି। ସିସୋର୍ ଚିଟ୍ ଫଣ୍ଡ୍ ସଂସ୍ଥା ସହ ଅର୍ଥନୈତିକ ସମ୍ପର୍କ ଅ‍ାଧାରରେ ସିବିଅ‍ାଇ ଡାକିଛି ବୋଲି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, କିଛି ବର୍ଷ ତଳେ କ୍ଷଣପ୍ରଭା ଓଝା ନାମକ ଜଣେ ମହିଳା ଅରୁଣ ସାହୁଙ୍କ ସହଯୋଗରେ ନୟାଗଡ଼ରେ ମିଶନ୍ ଶକ୍ତି ନାମରେ ଗରୀବ ମହିଳାଙ୍କ ଠାରୁ କୋଟି କୋଟି ଟଙ୍କା ଠକି ନେଇଥିବାର ଅଭିଯୋଗ ହାେଇଥିଲା।

ସିସୋର୍ ସହ ଏମାନଙ୍କର ସମ୍ପର୍କ ଥିବା ନେଇ ବହୁ ଦିନ ଧରି ଚର୍ଚ୍ଚା ହାେଇ ଅ‍ାସୁଥିଲା। ପୂର୍ବରୁ ଚିଟ୍ବି ଫଣ୍ଡ୍ ଠକେଇରେ ସାମିଲ ହାେଇଥିବା ଅଭିଯୋଗରେ ବିଜେଡି ବିଧାୟକ ପ୍ରଭାତ ବିଶ୍ବାଳ ଓ ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ସିବିଅ‍ାଇ ଗିରଫ କରିଥିଲା।

Comments are closed.