Odisha Link
Bridging the Missing Links in Odisha

ବିଧାନସଭାରେ ଶୋକପାଳନ ବେଳେ ଶୋଇପଡ଼ିଲେ ବିଷ୍ଣୁ ଦାସ

ଭୁବନେଶ୍ବର: ଆଜି ଷୋଡ଼ଶ ବିଧାନସଭା ଆରମ୍ଭ ହୋଇଛି। ଦିବଙ୍ଗତ ପୂର୍ବତନ ସାଂସଦ, ବିଧାୟକ ଓ ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ ବିଧାନସଭା ଗୃହରେ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ସମୟରେ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ ଶୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନର ଆରମ୍ଭ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇଥିଲା। ପ୍ରଥମେ ସମସ୍ତ ବିଜୟୀ ହୋଇଥିବା ସମସ୍ତ ବିଧାୟକଙ୍କୁ ଅଭିନନ୍ଦନ ଜଣାଇଥିଲେ ରାଜ୍ୟପାଳ। ଏହାପରେ ନିଜ ଭାଷଣରେ ଦିବଙ୍ଗତ ପୂର୍ବତନ ସାଂସଦ, ବିଧାୟକ ଓ ଶହୀଦ ଯବାନଙ୍କ ପାଇଁ ଶୋକ ପ୍ରକାଶ କରିଥିଲେ ରାଜ୍ୟପାଳ। ଏହାପରେ ରାଜ୍ୟପାଳ ନିଜର ମତ ରଖିଥିଲେ।

ରାଜ୍ୟପାଳ ଯିବା ପରେ ମୁଖ୍ୟମନ୍ତ୍ରୀ ଦିବଙ୍ଗତ ପୂର୍ବତନ ସାଂସଦ, ବିଧାୟକ ଓ ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଣିଥିଲେ। ବିରୋଧୀ ଦଳ ନେତା ଏବଂ କଂଗ୍ରେସ ବିଧାୟକ ଦଳ ନେତା ମଧ୍ୟ ଶୋକ ପ୍ରକାଶ କରିଥିଲେ। ବାଚସ୍ପତିଙ୍କ ଅନୁରୋଧକ୍ରମେ ଗୃହରେ ସମସ୍ତ ସଦସ୍ୟ ୧ ମିନିଟ୍‌ ନୀରବ ପ୍ରାର୍ଥନା କରିଥିଲେ। ଗୃହରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ଠିଆ ନୀରବ ପ୍ରାର୍ଥନା କରୁଥିବାବେଳେ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ ଗୃହରେ ଶୋଇଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା।

Comments are closed.