Odisha Link
Bridging the Missing Links in Odisha

ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିବା ଘଟଣାରେ ୬ ଜଣଙ୍କୁ ବାନ୍ଧିଲା ପୋଲିସ୍

ଭୁବନେଶ୍ବର : ପିପିଲି ପଟ୍ଟନାଇକିଆ ଛକ ଟ୍ରିପଲ ମର୍ଡର ଘଟଣା । ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିଥିବା ହତ୍ୟାକାରୀଙ୍କୁ ଗିରଫ କଲା ପୋଲିସ । ରାସ୍ତା ଉପରେ ଗୋଟିଏ ପରିବାରର ୩ ଭାଇଙ୍କ ମୁଣ୍ଡ ଗଡାଇଥିବା ୬ ହତ୍ୟାକାରୀଙ୍କୁ ଗିରଫ କରାଗଲା । ମର୍ଡରର ମାଷ୍ଟରମାଇଣ୍ଡ ସହ ୬ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ ।
ତେବେ ଗତକାଲି ଘଟଣାରେ ୪ ଜଣଙ୍କୁ ଅଟକ ରଖିଥିଲା ପୋଲିସ । ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଜବତ ସହ ୪ ଜଣଙ୍କୁ ଅଟକ ରଖା ଯାଇଥିଲା । ତେବେ କାଲି ଉକ୍ତ ୪ ଜଣଙ୍କୁ ମାରାଥନ ଜେରା ପରେ ମାଷ୍ଟରମାଇଣ୍ଡ ସହ ୬ ଜଣଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ତେବେ ଗିରଫ ନେଇ ସୂଚନା ଦେଲେ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା । ପୂର୍ବ ଶତ୍ରୁତାକୁ ନେଇ ବେହେରା ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିବା କହିଛନ୍ତି ପୋଲିସ ଡିଜି ।

Comments are closed.