Odisha Link
Bridging the Missing Links in Odisha

ପାଟକୁରାରେ ଚେସ୍‌ ଖେଳିଲେ ଅରୁଣ

କେନ୍ଦ୍ରାପଡ଼ା: ପାଟକୁରାରେ ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲଙ୍କ ପାଇଁ ପ୍ରଚାର ଅବସରରେ ବିଜୁ ଜନତା ଦଳ (ବିଜେଡି) ବରିଷ୍ଠ ନେତା ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ଡେରାକୁଣ୍ଡି ଗ୍ରାମରେ ପହଞ୍ଚିଥିଲେ। ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ସେତେବେଳେ ଚେସ୍‌ ଖେଳରେ ବ୍ୟସ୍ତଥିଲେ। କ୍ରୀଡ଼ାପ୍ରିୟ ଅରୁଣ ଦଳୀୟ ପ୍ରଚାରରୁ କିଛି ସମୟ ବିରତି ନେଇ ଆଜି ଅପରାହ୍ଣରେ ଡେରାକୁଣ୍ଡିରେ ଗ୍ରାମବାସୀଙ୍କ ସହ ଚେସ୍‌ ଖେଳିଥିଲେ।

ଖେଳ ମାଧ୍ୟମରେ ଗ୍ରାମବାସୀଙ୍କ ସହ ବେଶ୍‌ ଆତ୍ମୀୟତା ଜମାଇଥିଲେ ମନ୍ତ୍ରୀ ଅରୁଣ। ରାଜନୀତି ଖେଳରେ ବେଶ୍‌ ମାହିର ଅରୁଣ ଚେସରେ ବି କମାଲ ଦେଖାଇଥିଲେ। ଅଳ୍ପ ସମୟ ଭିତରେ ଚେସ୍‌ ବୋର୍ଡରେ ଅପର ପକ୍ଷକୁ ସେ ପରାଜିତ କରି ଦେଇଥିଲେ। ଚେସରେ ବିଜୟ ଭଳି ଆଗାମୀ ୨୦ ତାରିଖରେ ବିଜେଡି ଦଳୀୟ ପ୍ରାର୍ଥୀ ବି ବିଜୟୀ ହେବେ ବୋଲି ଅରୁଣ ଦୃଢ଼ୋକ୍ତି ବାଢ଼ିଛନ୍ତି।

Comments are closed.