Odisha Link
Bridging the Missing Links in Odisha

ବିଶ୍ବର ପ୍ରଥମ ବୈଦିକ ସ୍ମୃତି ଗବେଷଣାଗାର ଏବେ ଭୁବନେଶ୍ବରରେ ଉପଲବ୍ଧ

ଭୁବନେଶ୍ବର : ଭାରତୀୟ ସମାଜରେ ବୈଦିକ ମୁନି ଋଷି ମାନେ ଗଭିର ଜ୍ଞାନ ରଖିଥିଲେ ଓ ତାକୁ ବିତରଣ କରିଥିଲେ। ବର୍ତ୍ତମାନ କାଳରେ ମଧ୍ୟ ସେହି ଜ୍ଞାନକୁ ସମସ୍ତେ ଅନୁସରଣ କରୁଛନ୍ତି। ତେବେ ଯେଉଁ ଦେଶରେ ଉଦ୍‌ଭବ ହୋଇଥିଲା। ସେହି ଦେଶ ଭାରତ ବର୍ଷରେ ଏହି ବଷୟକୁ ଅଧିକାଂଶ ଲୋକ ଭୁଲି ସାରିଛନ୍ତି କହିଲେ ଚଳେ।

ଆମ ବେଦ ମାନବିକତାର ଶାଶ୍ବତ ଜ୍ଞାନ। ଆମେ ସଭିଏଁ ଆଲୋକର ସନ୍ତାନ ଏହା ଆମକୁ ବେଦ ହିଁ ଶିଖାଇଛି। ସଚେତନତା ଓ ସମ୍ବେଦନ ଶିଳତାର କଥା ଶିଖାଏ ବେଦ। ଏହା ମଧ୍ୟ ଆମକୁ ଆଗକୁ ଆଗକୁ ଯିବାର ପ୍ରେରଣା ଦିଏ। ଆମ ଭିତରେ ଥିବା ମଣିଷକୁ ଆହୁରୁ ସୌର୍ଯ୍ୟ ଯୋଗାଇବାର ସ୍ରୋତ କେଉଁଠାରୁ ଆସିବ ସେହି ବାଟ ବତାଇ ଦିଏ। ଏହି ମହାନ ଶାସ୍ତ୍ର।

ଏହି କ୍ରମରେ ଓଡ଼ିଶାର କିଟ ଏବଂ କିସ୍‌ ଅନୁଷ୍ଠାନ ବିଶ୍ବରେ ପ୍ରଥମ କରି ବୈଦିକ ସ୍ମୃତି ଗବଷଣା ଗାର ପ୍ରତିଷ୍ଠା କରିବା ପାଇଁ ଆଗେଇ ଆାସିଛନ୍ତି। ଆମର ଯୁବା ବର୍ଗ କର୍ପୋରେଟ୍‌ ସଂସ୍ଥା ଗୁଡିକରେ କାର୍ଯ୍ୟରତ କର୍ମଚାରୀ ସହ ପ୍ରଶାସନିକ ଅଧିକାରୀ ତଥା ଅନ୍ୟମାନଙ୍କ ଲାଗି ଏହା ସବୁ କ୍ଷେତ୍ରରେ ସହାୟକ ହେବ। ଆଜିର ଦୁନିଆରେ ସମସ୍ତେ କୌଣସି ନା କୌଣସି କାରଣରୁ ଚାପ ଗ୍ରସ୍ତ। ପ୍ରତି ଯୋଗିତା ମୂଳକ ସମାଜରେ ଏଭଳି ଚାପରୁ ମୁକୁଳିବାର ବଡ ବାଟ ହେଉଛି ଏହାର ନିୟନ୍ତ୍ରଣ କରିବାର କ୍ଷମତା ରଖିବା। ବୈଦିକ ଜ୍ଞାନର ଉପଯୋଗ କରି ଚାପରୁ ମୁକୁଳିବାର ବାଟ ବତାଇ ଦବ ଏହି ସଂସ୍ଥା । ଏହି ଗବେଷଣା ଗାର ପ୍ରତିଷ୍ଠା ଦିଗରେ କିଟ୍‌ ଏବଂ କିସ୍‌ ପ୍ରତିଷ୍ଠାତା ତଥା ମାନନୀୟ ଲୋକସଭା ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ନିକଟରେ ଆମେ ରୁଣି।

ଶ୍ରୀବିଦ୍ୟା ବୈଦିକ ସ୍ମୃତି ଶକ୍ତି ମାନସିକ ଶକ୍ତି, ଦୃଶ୍ୟମାନ କଳା, କଳ୍ପନା-କଳା ତଥା ଆହୁରି ଅନେକ ଶକ୍ତିର ବିକାଶ ଦିଗରେ ଏହି ସଂସ୍ଥା କାର୍ଯ୍ୟ କରିବ। ସବୁ ବର୍ଗର ଲୋକଙ୍କ ପାଇଁ ଏହା ଅଭିପ୍ରେତ। ମଣିଷ ଭିତରେ ଥିବା ଅନ୍ତର୍ନିହିତ ଶକ୍ତିର ବିକାଶ ଓ ବିନିଯୋଗ ହୋଇ ପାରିଲେ ଦେଶର ବିକାଶ ସମ୍ଭବ ପର। ଏହାକୁ ନଜରରେ ରଖି ଏହି ସଂସ୍ଥା ପ୍ରତିଷ୍ଠିତ ହୋଇଛି। ଭୁବନେଶ୍ବରେ ପ୍ରତିଷ୍ଠିତ ହେବାକୁ ଥିବା ଗବେଷଣା ଗାର ସବୁ ବର୍ଗର ଲୋକଙ୍କୁ ସ୍ବାଗତ କରୁଛି। ସବୁ ମଣିଷ ଭିତରେ ଅନ୍ତର୍ନିହିତ ପ୍ରତିଭା ରହିଛି ବୈଦିକ ଜ୍ଞାନର ବିନିଯୋଗ କରି ଏହି ପ୍ରତିଭାର ବିକାଶ କରିବା ଗବେଷଣା ଗାରର ଲକ୍ଷ। ବିଭିନ୍ନ ବୈଦିକ ଶକ୍ତି ପଦ୍ଧତି ସଂର୍କରେ ଏଠାରେ ବିଷଶଜ୍ଞମାନେ ଶିକ୍ଷା ଦାନ କରିବେ। ଏହି ପ୍ରତିଭାର ବିକଶ ଓ ବିନିଯୋଗ ଦିଗରେ ମହୋଷଧି ଭଳି କାର୍ଯ୍ୟ କରିବ।

ଦୈନଦିନ ଧାଆ ଦୈଉଡ ଭିତରେ ଆମେ ଆଜିକାଲି ଏତେ ଅଣନିଶ୍ବାସି ହୋଇ ପଡିଛୁ ଯେ, ଆମର ପୂରାତନ ଶିକ୍ଷା ପ୍ରଣାଳୀ ଠାରୁ ଆମେ ଦୂରେଇ ବାରେ ଲାଗିଛୁ। ଆମର ଶାରୀରିକ ଓ ମାନଷିକ ସୁସ୍ଥତା ଲାଗି ଯୋଗ କ୍ରିୟା ଏବଂ ପ୍ରଣା କ୍ରିୟା କେତେ ଉପଯୋଗୀ ତାହା ଆମ ପୁରାତନ ଗ୍ରନ୍ଥ ଗୁଡିକରେ ଲିପିବଦ୍ଧ ହୋଇ ରହିଛି। ନିଜ ଭିତରେ ଆଧ୍ୟତ୍ମିକ ଶକ୍ତିର ଜାଗରଣ ଜଣକ ଜୀବନ ଲକ୍ଷ୍ୟ ହେବା ଦରକାର ଏହା ଆମକୁ ଭାରତୀୟ ପ୍ରାଚୀନ ଶିକ୍ଷା ଶିଖାଇଛି। ଯାହାକୁ ଆମେ ଭୁଲିବାରେ ଲାଗିଛୁ। ଆମ ଶିକ୍ଷା ପଦ୍ଧତି ଏମିତି ହୋଇଛି ଯେ, ଏହା ଯାହା କେବାଳ ଆମ ମସ୍ତିଷ୍କ ଉପରେ ଚାପ ପକାଇବା ଛଡା ଅନ୍ୟ କାମରେ ଆସୁନାହିଁ । ଯେଉଁ ଶିକ୍ଷା ପଦ୍ଧତି ଆମ ସୁଜନ ଶକ୍ତି ଓ କଳ୍ପନା ଶକ୍ତିର ବିକାଶରେ ସହାୟକ ହେଉ ନାହିଁ। ଏସବୁ ଭିତରେ ଆମେ ଚାପ ଗ୍ରସ୍ଥ ହୋଇ ପଡୁଛୁ । ବଡ ଲୋକଙ୍କ କଥା ଛାଡନ୍ତୁ କୁନି କୁନି ପିଲା ବି ଆଜି ଶିକ୍ଷା କଥା ବିଭିନ୍ନ କାରଣରୁ ଚାପ ଗ୍ରସ୍ଥ ଏଭଳି ଏକ ସମୟରେ ନିଜ ମସ୍ତିଷ୍କର ସଠିକ୍‌ ପ୍ରୟୋଜନ ଜରୁରୀ ହୋଇ ପଡିଛି। ଏଭଳି ପରିସ୍ଥିତିରେ ବୈଦିକ ଗବେଷଣାଗାର ସମସ୍ତଙ୍କ ଭିତରେ ଶାରିରୀକ ଓ ମାନସିକ ବିକାଶ ଦିଗରେ କାର୍ଯ୍ୟ କରିବ। ଏହା ଶାରିରୀକ ମାନସିକ ଭାବନା ସଂପର୍କିତ ଓ ଆଧ୍ୟାତ୍ମିକ ବିକାଶ ଘଟାଇବାର ବାଟ ଦେଖାଇବ। ଏହାରି ଭିତରେ ବି ରହିଛି ବୈଦିକ ନ୍ୟୁରୋ-ଲିଙ୍ଗୁଇଷ୍ଟିକ୍‌ ପ୍ରୋଗ୍ରାମିଂ ବା ବେଦିକ ଏନ ଏଲ ପି ଜାହାର ସ୍ରଷ୍ଟା ହେଉଛନ୍ତି ବିଶିଷ୍ଟ ଫିଜିଓ ଥେରାଫସ୍‌ ଜନ ଗ୍ରିଣ୍ଡର ଓ ମନସ୍ତତ୍ବବିତ୍‌ ତଥା ଗଣିତଜ୍ଞ ରିଚାର୍ଡ ବଣ୍ଡଲର୍। ଆମେ ବଞ୍ଜିବାରେ ନିର୍ଯାସ ଓ ଆତ୍ମ ଜାଗରଣ ଅର୍ଥ ସଂପର୍କରେ ଅବଗତ କରିବା ଏହାର ଲକ୍ଷ୍ୟ।

Comments are closed.