Odisha Link
Bridging the Missing Links in Odisha

କାଟ୍ରିନା କୈଫ୍‌ଙ୍କ ଭଳି ଦେଖିବାକୁ ଏହି ଟିକଟକ ଯୁବତୀ

ମୁମ୍ବାଇ:ଏବେ ଚର୍ଚ୍ଚାରେ ଟିକ୍‌ ଟକ୍‌ ଫ୍ୟାଶନ୍‌ ବ୍ଲଗର ଅଲିନା ରାୟ। ନିଜର ଟିକଟକ୍‌ ଭିଡିଓରେ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି । ନିଜ ଚେହେରାକୁ ନେଇ ତାଙ୍କର ଟିକଟକ ଓ ଇନ୍‌ଷ୍ଟାଗ୍ରାମରେ ବହୁତ ପ୍ରଶଂସା ପାଉଛନ୍ତି ।କାରଣ ତାଙ୍କର ଚେହେରା ଦେଖିବାକୁ ବଲିଉଡ୍‌ ର ଅଭିନେତ୍ରୀ କଟ୍ରିନା କୈଫ୍‌ଙ୍କ ପରି । ଏହା କହିବା ଅଧିକାଂଶ ମାତ୍ରାରେ ଠିକ୍ । କାରଣ ଅଲିନାଙ୍କୁ ଯେକୌଣସି ବ୍ୟକ୍ତି ହଠାତ୍‌ ଦେଖିଲେ ତାଙ୍କୁ କଟ୍ରିନା ବୋଲି ଭାବି ନେବେ। ଅଲିନା କହିଛନ୍ତି ତାଙ୍କର ପରିବାର ହେଉକି ତାଙ୍କ ସାଙ୍ଗମାନେ କେବେବି ହେଲେ ଏଭଳି କହିନାହାନ୍ତି ।

 

ଇନ୍‌ଷ୍ଟାଗ୍ରାମରେ ଅଲିନାଙ୍କ ୩୨ହଜାରୁ ଅଧିକ ଲୋକ ଫଲୋ କରିଛନ୍ତି । ଅଲିନାଙ୍କ ପ୍ରଶଂସକମାନେ କଟ୍ରିନାଙ୍କ ସହ ତାଙ୍କର ଫଟୋକୁ ଯୋଡ଼ି ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି।ଅଲିନା ଶେୟାର କରୁଥିବା ଫଟୋ ଗୁଡ଼ିକରେ ପ୍ରଶଂସକ ମାନେ କଟ୍ରିନାଙ୍କ ଅବିକଳ ବୋଲି କହିଛନ୍ତି ଏବଂ ତାଙ୍କୁ ଥରେ ସଲମାନଦେଖିବା ଦରକାର ବୋଲି କହୁଛନ୍ତି।

Comments are closed.