Odisha Link
Bridging the Missing Links in Odisha

ଜାମ୍ମୁ-କାଶ୍ମୀର ପ୍ରସଙ୍ଗରେ ବଦଳିଲା ଚୀନର ଆଭିମୁଖ୍ୟ, କହିଲା..

ନୂଆଦିଲ୍ଲୀ: ଭାରତ ପ୍ରତି ଧିରେ ଧିରେ ବଦଳୁଛି ଚାଇନାର ଆଭିମୁଖ୍ୟ। ଜାମ୍ମୁ-କାଶ୍ମୀର ପ୍ରସଙ୍ଗରେ ଚାଇନା ଭାରତ ପ୍ରତି କୋହଳ ମନୋଭାବ ଦେଖାଇଛି। ଅପରପକ୍ଷେ ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଚାଇନା ନିଜର ମିତ୍ର ରାଷ୍ଟ୍ର ପାକିସ୍ତାନକୁ ଭର୍ତ୍ସନା କରିଛି। ପୂର୍ବରୁ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ଚାଇନା ସିଧାସଳଖ ବିରୋଧ କରୁଥିଲା। ବର୍ତ୍ତମାନ ଭାରତର ଏହି ନିଷ୍ପତ୍ତି ଉପରେ ଚାଇନା ନିଜର ଆଭିମୁଖ୍ୟକୁ ସାମାନ୍ୟ ପରିବର୍ତ୍ତନ କରିବା ସହିତ ଭାରତ ଏବଂ ପାକିସ୍ତାନ ପାଇଁ ଆଲୋଚନା ଏହି ବିବାଦ ସମାଧାନର ଏକମାତ୍ର ବାଟ ବୋଲି କହିଛି। ତେବେ ହଠାତ୍‌ ଚୀନର ଏପରି ସ୍ବର ପରିବର୍ତ୍ତନ ସାଧାରଣରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛି।

ଅକ୍ଟୋବର ୧୧ରେ ଚୀନ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଭାରତ ପ୍ରତି କୋହଳ ମନୋଭାବ ଦେଖାଇଥିବା କୁହାଯାଉଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବର୍ତ୍ତମାନ ୩ ଦିନିଆ ଚାଇନା ଗସ୍ତରେ ଯାଇ ବେଜିଂରେ ଅଛନ୍ତି। ସେଠାରେ ସେ କାଶ୍ମୀର ପ୍ରସଙ୍ଗରେ ଚାଇନା ନେତୃବୃନ୍ଦଙ୍କ ସହିତ କଥା ହେବେ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ତେବେ ଏହା ପୂର୍ବରୁ ଚୀନ ରାଷ୍ଟ୍ରପତିଙ୍କ ଏପରି ମନ୍ତବ୍ୟ ଇମ୍ରାନଙ୍କୁ ନିରାଶ କରିବା ଭଳି ମନେହେଉଛି।

ସୂଚନାଥାଉକି, ଜାମ୍ମୁ-କାଶ୍ମୀରରୁ ଭାରତ ସରକାର ଧାରା ୩୭୦ ଉଚ୍ଛେଦ କରିବା ପରେ ପାକିସ୍ତାନ ବିଭିନ୍ନ ରାଷ୍ଟ୍ରର ସହାୟତା ଲୋଡ଼ିଥିଲା। କିନ୍ତୁ କୌଣସି ରାଷ୍ଟ୍ର ପାକିସ୍ତାନକୁ ସମର୍ଥନ କରି ନ ଥିଲେ। ପରେ ଚାଇନା ପାକିସ୍ତାନ ପାଇଁ ଓକିଲାତି କରିବା ସହିତ ଜାତିସଂଘ ସୁରକ୍ଷା ପରିଷଦରେ କାଶ୍ଵୀର ପ୍ରସଙ୍ଗକୁ ଉପସ୍ଥାପନ କରିଥିଲା।

Comments are closed.