Odisha Link
Bridging the Missing Links in Odisha

ଦାମ ରାଉତଙ୍କୁ ଦଳ ସୁଯୋଗ ଦେଇଥିଲା

ଭୁବନେଶ୍ୱର: ଆଜି ଦିନ ତମାମ ଦାମଙ୍କ ବିଜେପି ଛାଡ଼ିବାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଦାମଙ୍କ ଏହି ନିଷ୍ପତ୍ତିକୁ ନେଇ ବହୁ ନେତା ବହୁ ମନ୍ତବ୍ୟ ଦେଇଛନ୍ତି। ହେଲେ ଏବେ ମନ୍ତବ୍ୟ ଦେଇଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ।

ସେ ଗଣମାଧ୍ୟମରେ କହିଛନ୍ତି ଯେ, ଦାମ ରାଉତଙ୍କୁ ବିଜେପି ଅଣଦେଖା କରିନାହିଁ । ବରଂ ଦଳ ପକ୍ଷରୁ ତାଙ୍କୁ ସୁଯୋଗ ଦିଆଯାଇଥିଲା । ଏପରିକି ନିର୍ବାଚନ ଲଢିବାକୁ ଦଳ ତାଙ୍କୁ ଟିକେଟ୍ ମଧ୍ୟ ଦେଇଥିଲା । ମାତ୍ର ଏହା ନୁହେଁ ଯେ ଗୋଟିଏ ବ୍ୟକ୍ତିଙ୍କୁ ଦଳ ସବୁବେଳେ ନିର୍ବାଚନ ଲଢିବାକୁ ସୁଯୋଗ ଦେବ । ତେଣୁ ଯେତେବେଳେ ଦଳ କାହାକୁ ଟିକେଟ୍ ଦେଉଛି ତେବେ ତାଙ୍କର ପ୍ରଥମ କର୍ତ୍ତବ୍ୟ ହେଲା କି ତାଙ୍କର ଦଳ ପ୍ରତି ସମର୍ପଣ ଭାବ ରହିବା ଜରୁରୀ । ବିଜେପିରୁ ଇସ୍ତଫା ଦେବା ଦାମ ରାଉତଙ୍କର ଏହା ନିଜସ୍ୱ ନିଷ୍ପତି । ଦାମବାବୁଙ୍କର ବୟସ ହୋଇଯାଇଛି, ସ୍ୱାସ୍ଥ୍ୟ ମଧ୍ୟ ଭଲ ରହୁନାହିଁ । ତେଣୁ ଯଦି ସେ ରାଜନୀତିରୁ ସନ୍ୟାସ ନେଇ ସମାଜ ସେବା କରିବାକୁ ମନ ବଳାଇଛନ୍ତି ତେବେ ତାଙ୍କୁ ଶୁଭକାମନା ବୋଲି କହିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ।

ଅରୁଣ ସିଂ ଆହୁରୀ ମଧ୍ୟ କହିଛନ୍ତି ଯେ, ଦାମ ଯେଉଁ ଅଭିଯୋଗ ଆଣିଛନ୍ତି ଯେ ଦଳ ତରଫରୁ ତାଙ୍କୁ ଅଣଦେଖା କରାଯାଇଛି ବା ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ତାଙ୍କୁ ଡକାଯାଇନାହିଁ ବୋଲି ତେବେ ଦଳୀୟ କାର୍ଯ୍ୟକ୍ରମରେ କାହାକୁ ଡକାଯାଏନି ବରଂ ଦଳୀୟ କାର୍ଯ୍ୟକ୍ରମରେ ସମସ୍ତ ନେତା ଏବଂ କର୍ମୀଙ୍କୁ ନିଜେ ଯିବାକୁ ପଡେ ବୋଲି କହିଛନ୍ତି। ଦାମ ରାଉତଙ୍କ ଇସ୍ତଫା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଅରୁଣ ସିଂହ କହିଛନ୍ତି।

Comments are closed.