Odisha Link
Bridging the Missing Links in Odisha

୫ ଥର ଓଡ଼ିଶା ଆସିଛନ୍ତି ନୋବେଲ ବିଜୟିନୀ ଡୁଫ୍ଲୋ

ଭୁବନେଶ୍ବର: ଚଳିଚ ବର୍ଷ ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ପାଉଛନ୍ତି ଭାରତୀୟ ବଂଶୋଦ୍ଭବ ଅଭିଜିତ ବ୍ୟାନାର୍ଜୀ ଓ ଇସ୍ଥର ଡୁଫ୍ଲୋ। ଉଭୟେ ସମ୍ପର୍କରେ ପତି ପତ୍ନୀ। ତେବେ ଡୁଫ୍ଲୋଙ୍କର ଏକ ଓଡ଼ିଶା ସମ୍ପର୍କ ରହିଛି। ପୂର୍ବରୁ ସେ ଓଡ଼ିଶା ଆସି ଅର୍ଥନୈତିକ ସର୍ଭେ କରିଛନ୍ତି।

୨୦୦୬ ମସିହାରେ ଓଡ଼ିଶା ଆସିଥିଲେ ଡୁଫ୍ଲୋ। ତାଙ୍କ ସହ ଆସିଥିଲେ ଅନ୍ୟ ଦୁଇ ଅର୍ଥନୀତିଜ୍ଞ ମାଇକେଲ ଗ୍ରୀନ୍‌ଷ୍ଟୋନ୍‌ ଓ ରେମା ହନ୍ନା। ସେମାନେ ଓଡ଼ିଶାର ସ୍ବେଚ୍ଛାସେବୀ ସଂଗଠନ ଗ୍ରାମ ବିକାଶ ସହ ମିଶି ଗଞ୍ଜାମ ଓ ଗଜପତିରେ କାମ କରିଛନ୍ତି। କାଠ ଚୁଲାରୁ ଘର ଭିତରେ ହେଉଥିବା ପ୍ରଦୁଷଣର ପରିବେଶ ଓ ସ୍ବାାସ୍ଥ୍ୟ ଉପରେ ପ୍ରଭାବ ସମ୍ପର୍କରେ ସେମାନା ପରିସଂଖ୍ୟାନ ନେଇଥିଲେ।

ଗ୍ରାମ ବିକାଶର ପ୍ରତିଷ୍ଠାତା ଜୋ ମାଦିଆଥଙ୍କ ଅନୁସାରେ ପରେ ପରେ ଡୁଫ୍ଲୋ ୫ ଥର ଓଡ଼ିଶା ଆସିଛନ୍ତି। ଶେଷ ଥର ପାଇଁ ସେ ୪ ବର୍ଷ ତଳେ ଓଡ଼ିଶା ଆସିଥିଲେ। ଗଜପତି ଓ ଗଞ୍ଜାମ ଜିଲ୍ଲାର ୪୦ଟି ଗାଁରେ ୨୩୫୭ ପରିବାରକୁ ନେଇ ହୋଇଥିବା ଡୁଫ୍ଲୋଙ୍କ ସର୍ଭେ ରିପୋର୍ଟ ମାସାଚୁଟ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନଲୋଜିର ଅର୍ଥନୈତିକ ଓ ରାଜନୈତିକ ସାପ୍ତାହିକୀରେ ଅଗଷ୍ଟ ୯, ୨୦୦୮ରେ ପ୍ରକାଶ ପାଇଥିଲା।

Comments are closed.