Odisha Link
Bridging the Missing Links in Odisha

କଡ଼ା ସୁରକ୍ଷାରେ ରହିବ ଓଡ଼ିଶାର ୬ଟି ରେଳେ ଷ୍ଟେସନ୍‌

ଭୁବନେଶ୍ୱର: ରେଳ ଷ୍ଟେସନ୍‌ମାନଙ୍କରେ ପ୍ରତିଦିନ ଶହଶହ ଯାତ୍ରୀ ଯାତାୟାତ କରନ୍ତି। ଷ୍ଟେସନ୍‌ରେ ଯାତ୍ରୀ ଯାତାୟାତ କରୁଥିବା ସମୟରେ ସେମାନଙ୍କ ସହିତ ବିଭିନ୍ନ ପ୍ରକାର ଅପରାଧିକ ଘଟଣା ଘଟିବା ସହିତ ଷ୍ଟେସନ୍‌ରେ ଅସାମାଜିକ ଯୁବକମାନେ ବୁଲୁଥିବାର ଅନେକ ଘଟଣା ସାମ୍ନାକୁ ଆସିଛି। ଏହାକୁ ବିଚାରକୁ ନେଇ ରେଳବାଇ ସୁରକ୍ଷା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ପରେ ଓଡ଼ିଶାର ୬ଟି ଷ୍ଟେସନ୍‌ କଡ଼ା ସୁରକ୍ଷାରେ ରହିବ ବୋଲି ମଙ୍ଗଳବାର ରେଳବାଇ ଡିଜିପି କହିଛନ୍ତି।
ଏଣିକି ରେଳଷ୍ଟେସନ୍‌ମାନଙ୍କରେ ଯାତ୍ରୀଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯିବ। ଷ୍ଟେସନ୍‌ର ଯେଉଁ ସ୍ଥାନମାନଙ୍କରେ ଲାଇଟ, ସ୍କାନର ଏବଂ ସିସିଟିଭି ନାହିଁ ସେଠାରେ ସେ ସବୁର ତୁରନ୍ତ ବ୍ୟବସ୍ଥା କରାଯିବ। ଏଥିସହିତ ପ୍ରତି ଷ୍ଟେସନ୍‌ ପାଇଁ ଅଗ୍ନିନିରାପତ୍ତା ପ୍ରମାଣପତ୍ରକୁ ବାଧ୍ୟତାମୂଳକ କରାଯାଇଛି।
କେବଳ ଏତିକି ନୁହେଁ, ନକ୍ସଲ ଅଞ୍ଚଳ ଦେଇ ଯାଇଥିବା ଟ୍ରାକ୍‌ ଓ ଷ୍ଟେସନ୍‌ ଆଖପାଖରେ ଥିବା ବସ୍ତି ଉପରେ କଡ଼ା ନଜର ରଖାଯିବ ବୋଲି ଆଜି ଡିଜିପି ସୂଚନା ଦେଇଛନ୍ତି। ଷ୍ଟେନ୍‌ର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ହକର ଓ ଭେଣ୍ଡରଙ୍କ ଉପରେ ବି ସ୍ୱତନ୍ତ୍ର ନଜର ରଖାଯିବା ସହିତ କେଉଁ ଟ୍ରେନ୍‌ରେ କେତେ ସିକ୍ୟୁରିଟି ରହିବେ ସେ ନେଇ ଅନୁଷ୍ଠିତ ହୋଇଥିବା ରେଳବାଇ ସୁରକ୍ଷା କମିଟି ବୈଠକରେ ମଧ୍ୟ ଆଲୋଚନା ହୋଇଛି ବୋଲି ଡିଜିପି କହିଛନ୍ତି।

Comments are closed.