Odisha Link
Bridging the Missing Links in Odisha

ଅ‍ାଜି ନୟାଗଡ଼ ଅ‍ାସୁଛନ୍ତି ଧର୍ମେନ୍ଦ୍ର, ସମ୍ବିତ

ନୟାଗଡ଼: ଅ‍ାଗାମୀ ନିର୍ବାଚନ ପାଇଁ ଅ‍ାଜି ଠାରୁ ନୟାଗଡ଼ରେ ପ୍ରଚାର ଅ‍ାରମ୍ଭ କରୁଛି ଭାରତୀୟ ଜନତା ପାର୍ଟି। ଏ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର, ନିକଟରେ ବିଜେପିରେ ମିଶିଥିବା କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ ସିଂହଙ୍କ ସମେତ ଦଳର ବହୁ ତୁଙ୍ଗ ନେତା ଏହି କାର୍ଯ୍ୟକ୍ରମରେ ଯୋଗଦେବେ।

ଦୀର୍ଘଦିନ ଧରି ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଉନ୍ମୋଚନ ହାେଇପାରୁ ନଥିବା ସ୍ବର୍ଗତ ହେମେନ୍ଦ୍ର ଚନ୍ଦ୍ର ସିଂହଙ୍କ ପ୍ରତିମୂର୍ତ୍ତିକୁ ଅ‍ାଜି ଅପରାହ୍ଣ ୨ଟାରାେ ଉନ୍ମାେଚନ କରିବେ ମନ୍ତ୍ରୀ ଶ୍ରୀ ପ୍ରଧାନ। ସିନ୍ଦୁରିଅ‍ା ଠାରେ ଉନ୍ମୋଚିତ ହେବାକୁ ଥିବା ଏ ପ୍ରତିମୂର୍ତ୍ତି ଦୀର୍ଘ ଦିନରୁ ନିର୍ମାଣ ସରିଥିଲେ ହେଁ ସ୍ଥାନୀୟ ବିଧାୟକ ଅରୁଣ କୁମାର ସାହୁଙ୍କ ଅସହଯୋଗ ଫଳରେ ସ୍ଥାପନ ହାେଇ ପାରୁନଥିଲା ବୋଲି ପୂର୍ବରୁ ହେମେନ୍ଦ୍ରଙ୍କ ପତ୍ନୀ ପ୍ରତ୍ୟୁଷା ଅଭିଯୋଗ କରିଥିଲେ।

ପ୍ରତିମୂର୍ତ୍ତି ଉନ୍ମୋଚନ ପରେ ଶ୍ରୀ ପ୍ରଧାନ ଓ ଅନ୍ୟ ନେତାଗଣ ନୟାଗଡ଼ ଖେଳପଡ଼ିଅ‍ା ଠାରେ ଏକ ସାଧାରଣ ସଭାରେ ଯୋଗଦେବେ।

Comments are closed.