Odisha Link
Bridging the Missing Links in Odisha

କ୍ରିକେଟ ବିଶ୍ବକପ୍‌ ଇତିହାସରେ କେତୋଟି ମ୍ୟାଚ୍‌ ରଦ୍ଦ ହୋଇଛି ଜାଣନ୍ତୁ

ଭୁବନେଶ୍ବର: କ୍ରିକେଟ ବିଶ୍ବକପ୍‌ ୨୦୧୯ର ୧୧ ନମ୍ବର ମ୍ୟାଚ୍‌ ବର୍ଷାଜନିତ କାରଣରୁ ଖେଳା ହୋଇ ପାରିନଥିଲା। ଏହି ମ୍ୟାଚରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ଥିଲା। ବର୍ଷା କରାଣରୁ ଏହି ମ୍ୟାଚରେ ଟସ୍‌ ମଧ୍ୟ ପଡି ପାରିନଥିଲା। ଫଳରେ ଅମ୍ପାୟାର୍‌ ମ୍ୟାଚଟିକୁ ବାତିଲ ଘୋଷଣା କରିଥିଲେ। କ୍ରିକେଟ ବିଶ୍ବକପ ଇତିହାସରେ ଏହା ତୃତୀୟ ଥର ପାଇଁ ଦେଖିବାକୁ ମିଳିଛି ।

ବିଶ୍ବକପ୍‌ କ୍ରିକେଟରେ ୩ଟି ମ୍ୟାଚ୍‌ ବାତିଲ

ଏହା ପୂର୍ବରୁ ବର୍ଷା ଜନିତ କାରଣରୁ ବିଶ୍ବକପ୍‌ କ୍ରିକେଟରେ ୩ଟି ମ୍ୟାଚ୍‌ ବାତିଲ ହୋଇଛି। କ୍ରିକେଟ ବିଶ୍ବକପ୍‌ ଇତିହାସରେ ପ୍ରଥମ ଥର ପାଇଁ ୧୯୭୯ ମସିହାରେ ପ୍ରଥମଥର ପାଇଁ ମ୍ୟାଚ୍‌ ବାତିଲ ହୋଇଥିଲା। ୧୯୭୯ ବିଶ୍ବକପରେ ଓ୍ବେଷ୍ଟଇଣ୍ଡିଜ୍‌ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଥର ପାଇଁ ରଦ୍ଦ ହୋଇଥିଲା। ଏହାପରେ ୨୦୧୫ ବିଶ୍ବକପର ଅଷ୍ଟ୍ରେଲିଆ ବନାମ ବାଲାଂଦେଶ ମ୍ୟାଚଟି ବର୍ଷା ଯୋଗୁଁ ଖେଳ ହୋଇ ପାରିନଥିଲା। ଚଳିତ ବିଶ୍ବକପରେ ସେହିଭଳି ପାକିସ୍ତାନ ବନାମ ଶ୍ରୀଲଙ୍କା ମ୍ୟାଚ୍‌ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଛି।

ମ୍ୟାଚ୍‌ ବାତିଲପଛର ଇତିହାସ

ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ କି କ୍ରିକେଟ ବିଶ୍ବକପ୍‌ ଇତିହାସରେ ପୂର୍ବରୁ ଯେଉଁ ଦୁଇଟି ମ୍ୟାଚ୍‌ ବାତିଲ ହୋଇଥିଲା ସେହି ଦଳ ମଧ୍ୟରୁ ଗୋଟାଏ ଦଳ ବିଶ୍ବକପ୍‌ ତାଜ ପିନ୍ଧିବାରେ ସକ୍ଷମ ହୋଇଛି। ୧୯୭୯ ମସିହାରେ ଓ୍ବେଷ୍ଟିଇଣ୍ଡିଜ୍‌ ଏବଂ ୨୦୧୫ରେ ଅଷ୍ଟ୍ରେଲିଆ ଦଳ ବିଶ୍ବକପ୍‌ ଚମ୍ପିଆନ୍‌ ହୋଇଥିଲେ। ଚଳିତବର୍ଷ କ୍ରିକେଟ୍‌ ବିଶ୍ବକପରେ ମଧ୍ୟ ପାକିସ୍ତାନ ବନାମ ଶ୍ରୀଲଙ୍କା ମ୍ୟାଚ୍‌ ବାତିଲ ହୋଇଛି। ଏଠାରେ ପ୍ରଶ୍ନ ଉଠୁଛିକି ଏହି ଦୁଇ ଦଳ ମଧ୍ୟରୁ କିଏ ବିଶ୍ବକପ୍‌ ଟ୍ରଫି ହାତେଇବନା ଆଉ କେଉଁ ଦଳ ନେବ ବିଶ୍ବକପ୍‌ ମୁକୁଟ ତାହା ଦେଖିବାକୁ ବାକି ରହିଲା।

Comments are closed.