Odisha Link
Bridging the Missing Links in Odisha

ଭାଇବୋହୂକୁ କଟୁରିରେ ଆକ୍ରମଣ

କଟକ : କଟକ ଜିଲ୍ଲା ନିଆଳି ଥାନା ପହଙ୍ଗା ଗାଁରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ତାଙ୍କ ଭାଇବୋହୂକୁ ଭୁଜାଲିରେ ଆକ୍ରମଣ କରିଛନ୍ତି। ଆହତ ମହିଳାଙ୍କ ନାଁ କାଦମ୍ୱିନୀ ବାରିକ। ତାଙ୍କୁ ପ୍ରଥମେ ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତ କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ଅଣାଯାଇଛି।
ଅଭିଯୁକ୍ତଙ୍କ ନାଁ ଗଣେଶ୍ୱର ବାରିକ। ଗତକାଲି ରାତି ପ୍ରାୟ ସାଢେ ୧୦ଟା ବେଳେ କାଦମ୍ୱିନୀ ଘରେ ଏକୁଟିଆ ଥିବା ଦେଖି ଗଣେଶ ଏକ ଭୁଜାଲିରେ ତାଙ୍କୁ ଆକ୍ରମଣ କରିଥିଲେ। କାଦମ୍ବିନୀଙ୍କ ମୁହଁ ଓ ବେକରେ ଆଘାତ ଲାଗିଛି। ଗଣେଶ ଫେରାର ହୋଇଯାଇଛନ୍ତି। ଅଭିଯୁକ୍ତ ଧରାପଡ଼ି ନଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ କରୁଛି।

Comments are closed.