Odisha Link
Bridging the Missing Links in Odisha

ରଥଯାତ୍ରା ସୁରକ୍ଷା ନେଇ ସମୀକ୍ଷା ବୈଠକ

ଭୁବନେଶ୍ବର: ଆଉ ଅଳ୍ପଦିନ ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ସବୁ ବର୍ଷ ପରି ଚଳିତବର୍ଷ ମଧ୍ୟ ପୁରୀରେ ରଥଯାତ୍ରା ହେବ। ପ୍ରତିବର୍ଷ ରଥଯାତ୍ରାରେ ଲକ୍ଷ ଲକ୍ଷ ଲୋକ ପୁରୀ ଆସିଥାନ୍ତି। ଏଥର ମଧ୍ୟ ଆସିବେ ଲକ୍ଷ ଲକ୍ଷ ଭକ୍ତ। ଲୋକଙ୍କର ଯେମିତି ବିଶେଷ ଅସୁବିଧା ନହୁଏ ତାକୁ ଦୃଷ୍ଟିରେ ରଖି ପୁରୀ ରଥଯାତ୍ରା ସୁରକ୍ଷାକୁ ନେଇ ଡିଜିପିଙ୍କ ଅଫିସରେ ସମୀକ୍ଷା ବୈଠକ ହୋଇଛି। ପୋଲିସ ଡ଼ିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି। ଏଡ଼ିଜି, କ୍ରାଇମବ୍ରାଞ୍ଚ, ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଉପସ୍ଥିତ ଅଛନ୍ତି। ସିଆରପି. ଆରପିଏଫ, ନାଭାଲ, ଏନଧିଆରଏଫ ଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି । ଏବଂ ବୈଠକରେ ପୁରୀ ଏସପି ଉପସ୍ଥିତ ଅଛନ୍ତି।

Comments are closed.