Odisha Link
Bridging the Missing Links in Odisha

ବିଜେପି-ବିଜେଡ଼ି ସମ୍ପର୍କରେ ମୁଁ ଖୁସି, ଆପଣ ମାନେ ଖୁସି ତ !

ଭୁବନେଶ୍ବର: କଥାରେ ଅଛି ମିଆଁ ବିବି ତୋ ରାଜି ହମ କିଆ କରେଗା କାଜି। ଠିକ୍‌ ଏଭଳି ମନ୍ତବ୍ୟ ଦେଇଛନ୍ତି ବିଜେପିର ବରିଷ୍ଠ ନେତା ଦାମୋଦର ରାଉତ। ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ବିନୀଙ୍କୁ ବିଜୁ ଜନତା ଦଳ ସମର୍ଥନ କରିବା ପ୍ରସଙ୍ଗକୁ ନେଇ ଏଭଳି ମନ୍ତବ୍ୟ ଦେଇଛନ୍ତି ଦାମ। ନବୀନଙ୍କ ଆପଣ ମାନେ ଖୁସି ତ ଷ୍ଟାଇଲରେ ନିଜ ମତ ଦେଇଛନ୍ତି ଦାମ। ବିଜେପି ସହ ବିଜେଡ଼ି ଭଲ ସମ୍ପର୍କ ରଖିଲେ ମୁଁ ଖୁସି ହେବି ବୋଲି ଦାମ ଗଣମାଧ୍ୟମକୁ କହିଛନ୍ତି। ଏଥିସହିତ କେନ୍ଦ୍ର ଓ ରାଜ୍ୟରେ ବିଜେପିର ପତିଆର ଦେଖି ବିଜେଡ଼ି ଭଲ ସମ୍ପର୍କ ସ୍ଥାପନ କରୁଛି ବୋଲି ଦାମ କହିଛନ୍ତି। ରାଜନୀତିରେ ଦିନକୁ ଦିନ ବରିଷ୍ଠ ନେତା ଗୌଣ ହେବାକୁ ଲାଗିଛନ୍ତି ଏବଂ ପ୍ରତିଶ୍ରୁତି କେହି ନରଖିବା ଏକ ନୂଆ କଥା ନୁହେଁ ବୋଲି ଦାମ ମନ୍ତବ୍ୟ ଦେଇଛନ୍ତି।

ସୂଚନାଥାଉକି, ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଅଶ୍ବିନୀ ବୈଷ୍ଣବ ବିଜେପିରେ ଯୋଗ କରିଛନ୍ତି। ଗତକାଲି ତାଙ୍କ ନାମ ରାଜ୍ୟସଭା ପାଇଁ ଘୋଷଣା ହୋଇଥିଲା।

Comments are closed.