Odisha Link
Bridging the Missing Links in Odisha

କ୍ରିକେଟ ବିଶ୍ବକପ୍: ‘ହମ୍‌ ତୋ ଡୁବେଙ୍ଗି ସନମ, ତୁମକୋ ଭି ଲେ ଡୁବେଙ୍ଗେ’-ଗୁଲବଦ୍ଦିନ ନୈବ

ସାଉଥହମ୍ପଟନ: କ୍ରିକେଟ ମହାକୁମ୍ଭର ୩୧ତମ ମ୍ୟାଚ ଆଜି ଆଫଗାନିସ୍ତାନ ଏବଂ ବାଲାଂଦେଶ ମଧ୍ୟରେ ଖେଳାଯିବ। ବାଲାଂଦେଶ ୫ ପଏଣ୍ଟ ସହ ଆଇସିସି ପଏଣ୍ଟ ଟେବୁଲର ୬ଷ୍ଠ ସ୍ଥାନରେ ଥିବା ବେଳେ ଆଫଗାନିସ୍ତାନ ଗୋଟାଏ ବି ମ୍ୟାଚ ନ ଜିତି ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ଅଛି। ବାଲାଂଦେଶ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ ଜିତି ସେମିଫାଇନାଲ ଦୌଡ଼ରେ ରହିବା ପାଇଁ ଚେଷ୍ଟା କରିବ। ଏପଟେ ଆଫଗାନିସ୍ତାନ ବିଶ୍ବକପ୍‌ରେ ପ୍ରଥମ ମ୍ୟାଚ ଜିତିବା ପାଇଁ ସବୁ ପ୍ରକାର ଚେଷ୍ଟା କରିବ। ଆଉ ଅଳ୍ପ ସମୟ ପରେ ମ୍ୟାଚ ଆରମ୍ଭ ହେବ। କିଏ ଜିତିବ କିଏ ହାରିବ ମ୍ୟାଚ ଶେଷରେ ଜଣା ପଡ଼ିବ। କିନ୍ତୁ ଆଫଗାନିସ୍ତାନ ଇଂଲଣ୍ଡ ଏବଂ ଭାରତ ବିପକ୍ଷରେ ଯେଉଁଭଳି ଖେଳ ପ୍ରଦର୍ଶନ କରିଛି ତାହା ବାଲାଂଦେଶ ପାଇଁ ସତର୍କ ଘଣ୍ଟି ସଦୃଶ। ତେବେ ମ୍ୟାଚ ପୂର୍ବରୁ ଆଫଗାନିସ୍ତାନ ଅଧିନାୟକଙ୍କ ମନ୍ତବ୍ୟ ବାଲାଂଦେଶ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇପାରେ। ଆଫଗାନିସ୍ତାନ ଅଧିନାୟକ ଗୁଲବଦ୍ଦିନ ନୈବ ବାଲାଂଦେଶ ଟିମ୍‌କୁ କହିଛନ୍ତି ଯେ,ଆମ ଟିମ୍‌କୁ ହାଲକା ଭାବରେ ନ ନେବା ପାଇଁ। ଏଥିସହିତ ଆମେତ ଟୁର୍ଣ୍ଣାମେଣ୍ଟରୁ ବାହାରି ସାରିଲୁଣି ତାସହ ତମ ଟିମ୍‌କୁ ମଧ୍ୟ ବିଶ୍ବକପରୁ ବାହାର କରିଦେବୁ ବୋଲି କହିଛନ୍ତି ଗୁଲବଦ୍ଦିନ।

Comments are closed.