Odisha Link
Bridging the Missing Links in Odisha

କୃଷକ ଓ ରାଜ୍ୟର ବିକାଶ ପାଇଁ ଏ ବଜେଟ: ନବୀନ

ଭୁବନେଶ୍ବର: ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟ ଉପସ୍ଥାପନ ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି ଯେ, କାଳିଆ ଯୋଜନା ଆଗକୁ ଜାରି ରହିବ । ୭୫ଲକ୍ଷ ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଳି ନବୀନ କହିଛନ୍ତି। କୃଷକ ଓ ରାଜ୍ୟର ବିକାଶମୂଳକ ପାଇଁ ବଜେଟ ହୋଇଛି। ବଜେଟ ଓଡ଼ିଶା ବାସୀଙ୍କ ଆଶା ପୂରଣ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତିି । ଏଥି ସହିତ ଚାଷୀ, ମହିଳା ଓ ଗରୀବଙ୍କ ପାଇଁ ବଜେଟ ହୋଇଛି ବୋଲି କହିଛନ୍ତି ନବୀନ ପଟ୍ଟନାୟକ।

Comments are closed.