Odisha Link
Bridging the Missing Links in Odisha

ବିଧାନସଭାରେ ଉପସ୍ଥାପିତ ହେଲା ରାଜ୍ୟ ବଜେଟ

ଭୁବନେଶ୍ବର: ଆଜି ବିଧାନସଭାରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଷୋଡ଼ଶ ବିଧାନସଭାର ପ୍ରଥମ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ସେ ପ୍ରଥମେ କୃଷି ବଜେଟ ଉପସ୍ଥାପିତ କରିଛନ୍ତି। ଏଥି ସହିତ ଆଉ କଣ କହିଛନ୍ତି ଜାଣନ୍ତୁ।

୧-ଫୋନି ବାତ୍ୟା ପାଇଁ ଓଡ଼ିଶା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି
୨- ଆଗାମୀ ଦିନରେ ବିପଯର୍ୟୟ ମୁକାବିଲା ପାଇଁ ବିଶେଷ ବ୍ୟବସ୍ଥା ହେବ
୩- ଆସନ୍ତା ବର୍ଷ ଅଭିବୃଦ୍ଧି ହାର ୮.୩% ହେବାକୁ ଲକ୍ଷ୍ୟ ରଖାଯାଇଛି
୪-ପରିବେଶ ସନ୍ତୁଳନ ପାଇଁ ବଜେଟ ପୁସ୍ତିକା ଛପା ହ୍ରାସ କରାଯାଇଛି, ଆଗାମୀ ବର୍ଷ ସଂପୂର୍ଣ୍ଣ ଇଲେ୍ରୋନିକ୍ସ ପୁସ୍ତକ ପାଇଁ ବ୍ୟବସ୍ଥା ହେବ
୫-ମହିଳାଙ୍କୁ ସଶକ୍ତୀକରଣ ଆମ ସରକାରର ମୂଳ ମନ୍ତ୍ର
୬-କୃଷି କ୍ଷେତ୍ରରେ ସର୍ବାଧିକ ଅଭିବୃଦ୍ଧି ଆମ ସରକାରର ମୂଳ ଲକ୍ଷ୍ୟ ରହିଛି
୭-ବିଗତ ୭ ବର୍ଷ ମଧ୍ୟରେ ୫ମ ଥର ପାଇଁ ଆମ ରାଜ୍ୟ କୃଷି କର୍ମଣ ପାଇଛି
୮-ଚାଷୀ, ଭାଗଚାଷୀ, କୃଷି ଶ୍ରମିକଙ୍କ ପାଇଁ କାଳିଆ ଯୋଜନା ଆରମ୍ଭ ହୋଇଛି
୯-୭୫ ଲକ୍ଷ ହିତାଧିକାରୀଙ୍କୁ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି
୧୦-କାଳିଆ ପାଇଁ ମୋଟ ୫୬୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି
୧୧-ଚଳିତ ବର୍ଷ ଚାଷୀଙ୍କ ଠାରୁ ୪୯ ଲକ୍ଷ ୯ ହଜର ମେଟ୍ରିକ ଟନ୍ ଧାନ ସଂଗୃହିତ
୧୨-ଚାଷୀଙ୍କୁ ସାର ଯୋଗାଇବାକୁ ଶହେ କୋଟିର ଆବର୍ତ୍ତନ ପାଣ୍ଠି କରାଯାଇଛି
୧୩-ଅସଂପୂର୍ଣ୍ଣ ଜଳ ପ୍ରକଳ୍ପ ପାଇଁ ୧୮୬୧ କୋଟି ବ୍ୟୟବରାଦ କରାଯାଇଛି
୧୪-ନବକୃଷ୍ଣ ସେଚ ଉନ୍ନୟନ ଯୋଜନାରେ ୬୩୫ କୋଟି ବ୍ୟୟବରାଦ
୧୫-ଚାଷୀମାନଙ୍କୁ ୧ ଲକ୍ଷ ପଯର୍ୟନ୍ତ ଋଣ ବିନା ସୁଧରେ ମିଳିବ
୧୬-ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପାଇଁ ୪ଶହ କୋଟି ବ୍ୟୟବରାଦ
୧୭-ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ପାଇଁ ୨୧୮ କୋଟି ବ୍ୟୟବରାଦ
୧୮-ମତ୍ସ୍ୟ ଚାଷୀଙ୍କୁ ପ୍ରେତ୍ସାହନ ପାଇଁ ପୋଖରୀ ଖୋଳାରେ ୫୦% ସବସିଡି
୧୯-ସାର ଯୋଗାଇବା ପାଇଁ ୧୦୦ କୋଟିର ଆବର୍ତ୍ତନ ପାଣ୍ଠି ହୋଇଛି
୨୦- ୨୦୧୩-୧୪ରେ କୃଷି ବଜେଟ ଅଟକଳ ଥିଲା ୭୧୬୨ କୋଟି
୨୧- ୨୦୧୯-୨୦ରେ କୃଷି ବଜେଟ ପରିମାଣ ୨୦ ହଜାର ୭୧୪ କୋଟି

Comments are closed.