Odisha Link
Bridging the Missing Links in Odisha

‘କାଳିଆ’କୁ ନେଇ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ଭୁବନେଶ୍ୱର: ‘କାଳିଆ’ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି ସୁପ୍ରିମକୋର୍ଟ। କାଳିଆ ଭଳି ଅନ୍ୟ ଯୋଜନା ଯେପରିକି ପିଏମ୍ କିଷାନ, ରୟତ ବନ୍ଧୁ ଓ ମୁଖ୍ୟମନ୍ତ୍ରୀ କୃଷି ଆଦି ବିଭିନ୍ନ ଯୋଜନାକୁ ନେଇ ମଧ୍ୟ ସୁପ୍ରିମକୋର୍ଟ ନୋଟିସ କରିଛନ୍ତି। ତେଲେଙ୍ଗାନାର ପେଣ୍ଟାପାଲି ପୁଲାରାଓଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟ ଏହି ନୋଟିସ ଜାରି କରିଛନ୍ତି। ଉପରୋକ୍ତ ଯୋଜନାକୁ ବେଆଇନ ଘୋଷଣା କରିବାକୁ ପୁଲାରାଓ ଉକ୍ତ ପିଟିସନ ଜରିଆରେ ଆବେଦନ କରିଛନ୍ତି।

ସେ ନିଜ ପିଟିସନରେ ପୁଲାରାଓ ଉଲ୍ଲେଖ କରିଛନ୍ତି ଯେ, ନିର୍ବାଚନ ସମୟରେ ଏଭଳି ଘୋଷଣା ଭୋଟରଙ୍କୁ ପ୍ରଭାବିତ କରୁଛି। ଏଭଳି ଘୋଷରା ଅବାଧ ଓ ମୁକ୍ତ ନିର୍ବାଚନକୁ ପ୍ରଭାବିତ କରୁଛି। ନିର୍ବାଚନର ଅତି କମରେ ୬ ମାସ ପୂର୍ବରୁ ଯୋଜନା ଘୋଷଣା କରାଯାଉ ବୋଲି ନିଜ ପିଟିସନରେ ଉଲ୍ଲେଖ କରିଛନ୍ତି। ତେବେ ପୁଲାରାଓଙ୍କ ପିଟିସନକୁ ସୁପ୍ରିମକୋର୍ଟ ଗ୍ରହଣ କରିବା ସହ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି। ସୁପ୍ରିମକୋର୍ଟ ପ୍ରତିପକ୍ଷ କେନ୍ଦ୍ର ସରକାର, ଓଡ଼ିଆ, ଆନ୍ଧ୍ର, ତେଲେଙ୍ଗାନା ଓ ସିଇସିଙ୍କୁ ଏନେଇ ନୋଟିସ ଜାରି କରିଛନ୍ତି।

Comments are closed.