Odisha Link
Bridging the Missing Links in Odisha

କ୍ରିକେଟ ବିଶ୍ବକପ୍: ଟସ୍‌ ଜିତି ଟିମ୍‌ ଇଣ୍ଡିଆର ବ୍ୟାଟିଂ ନିଷ୍ପତ୍ତି

ଏଜବାଷ୍ଟନ: କ୍ରିକେଟ ମହାକୁମ୍ଭର ୪୦ ତମ ମ୍ୟାଚରେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ପ୍ରଥମେ ଟସ୍‌ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଛନ୍ତି। ଆଜିର ମ୍ୟାଚରେ ଟିମ୍‌ ଇଣ୍ଡିଆ ତାର ପ୍ଲେଇଙ୍ଗ ଇଲେଭେନରେ କିଛିଟା ପରିବର୍ତ୍ତନ କରିଛି। ବ୍ୟାଟସମ୍ୟାନ ଦିନେଶ କାର୍ତ୍ତିକ ଏବଂ ଭୁବନେଶ୍ବର କୁମାର ଟିମରେ ସ୍ଥାନ ପାଇଥିବା ବେଳେ କେଦାର ଯାଦବ ଏବଂ କୁଲଦିପ ଯାଦବ ବାଦ ପଡ଼ିଛନ୍ତି।

ବାର୍ମିଂହାମ ଭଳି ଏଜବାଷ୍ଟନ ପିଚ୍ ଧିମା ରହିବ ବୋଲି ଜଣାପଡ଼ିଛି। ଅର୍ଥାତ୍ ଦ୍ୱିତୀୟରେ ବ୍ୟାଟିଂ କରିବାକୁ ଥିବା ଦଳ ବାଂଲାଦେଶ ପାଇଁ କଷ୍ଟକର ହେବ ରନ୍ ସଂଗ୍ରହ କରିବାରେ। ବାଂଲାଦେଶ ପାଞ୍ଚ ଖେଳାଳି ସାକିବ ଅଲ ହସନ, ତମିମ୍ ଇକବାଲ୍, ମୁଶିଫକୁର ରହିମ୍, ମହମ୍ମୁଦଲ୍ଲାହ ଓ ମୁସ୍ତାଫିଜୁର ରହମାନଙ୍କୁ ଭାରତ ବିପକ୍ଷରେ ଟ୍ରମ୍ପ କାର୍ଡ କିରିଛି। ୨୦୧୫ ବିଶ୍ୱକପର କ୍ୱାଟର ଫାଇନାଲରେ ରୋହିତ ଶର୍ମା ବାଂଲାଦେଶ ବିପକ୍ଷରେ୧୩୭ ରନ୍ କରିଥିଲେ। ଯାହାକି ଦଳକୁ ଜିତାଇବାରେ ସହାୟକ ହୋଇଥିଲା। ତେଣୁ ଚଳିତ ଥର ଭାରତୀୟ ପ୍ରଂଶସକ ଆଶା ରଖିଛନ୍ତି ରୋହିତଙ୍କ ଧମାକା ବ୍ୟାଟିଂ ପାଇଁ। ବିଶ୍ୱକପରେ ଭାରତ ଓ ବାଂଲାଦେଶ ମଧ୍ୟରେ ଏପର୍ଯ୍ୟନ୍ତ ତିନୋଟି ମୁକାବିଲା ଖେଳାଯାଇଛି। ଏଥିରୁ ଭାରତ ଦୁଇଟିରେ ଏବଂ ବାଂଲାଦେଶ ଗୋଟିଏ ବିଜୟ ହାସଲ କରିଛି। ବାଂଲାଦେଶ ୨୦୦୭ ବିଶ୍ୱକପରେ ଭାରତକୁ ହରାଇ ଧମାକା କରିଥିଲା। ଏହି ପରାଜୟ ଭାରତକୁ ବିଶ୍ୱକପରୁ ବାହାର କରିଦେଇଥିଲା। ତେବେ ୨୦୧୧ ଓ ୨୦୧୫ ବିଶ୍ୱକପରେ ଭାରତ ପଡୋଶୀ ଦେଶକୁ ସହଜରେ ହରାଇଥିଲା।

Comments are closed.