Odisha Link
Bridging the Missing Links in Odisha

କ୍ରିକେଟ ବିଶ୍ବକପ୍: ପାକିସ୍ତାନ କେବଳ ଏହି ୨ଟି ଉପାୟରେ ସେମିରେ ପ୍ରବେଶ କରି ପାରିବ

ନୂଆଦିଲ୍ଲୀ: କ୍ରିକେଟ ବିଶ୍ବକପ୍‌ ୨୦୧୯ରେ କେଉଁ କେଉଁ ଦଳ ସେମିଫାଇନାଲ ଖେଳିବେ ତାହା ସ୍ପଷ୍ଟ ହୋଇସାରିଲାଣି। ପ୍ରଥମେ ଅ‌ଷ୍ଟ୍ରେଲିଆ ଦଳ ସେମିଫାଇନାଲରେ ପ୍ରବେଶ କରି ସାରିଥିବା ବେଳେ ଭାରତ ମଧ୍ୟ ସେମିଫାଇନାଲରେ ରୁମାଲ ପକାଇ ତା ସ୍ଥାନ ମଧ୍ୟ ସ୍ଥିର କରି ସାରିଛି। ନ୍ୟୁଜିଲାଣ୍ଡ ଦଳକୁ ୧୧୯ ରନରେ ପରାସ୍ତ କରି ଗତକାଲି ଇଂଲଣ୍ଡ ଦଳ ସେମିଫାଇନାଲରେ ପ୍ରବଶ କରିଛି। ଏଥି ସହିତ କହିବାକୁ ଗଲେ ନ୍ୟୁଜିଲାଣ୍ଡ ମଧ୍ୟ ସେମିଫାଇନାଲରେ ୪ର୍ଥ ଦଳ ଭାବେ ପ୍ରବେଶ କରି ସାରିଛି କିନ୍ତୁ ଅଫିସିଆଲ ଭାବେ ଘୋଷଣା ହୋଇନାହିଁ।

କ୍ରିକେଟ ମହାକୁମ୍ଭର ସମୀକରଣ କିଛି ଏଭଳି
୧- ପାକିସ୍ତାନର ଆଉ ଗୋଟିଏ ମ୍ୟାଚ ବାଂଲାଦେଶ ସହିତ ଅଛି। ଯଦି ପାକିସ୍ତାନ ଟିମ୍‌ ଏହି ମ୍ୟାଚଟିକୁ ଜିତି ନିଏ ତେବେ ବିଶ୍ବକପରେ ୧୧ ପଏଣ୍ଟ ହାସଲ ହାସଲ କରିବ।
୨- ନ୍ୟୁଜିଲାଣ୍ଡର ମଧ୍ୟ ସମାନ ୧୧ ପଏଣ୍ଟ ରହିଛି।

ବର୍ତ୍ତମାନ ୨ଟି ଉପୟାରେ ସେମିଫାଇନାଲରେ ପ୍ରବେଶ କରି ପାରିବ ପାକିସ୍ତାନ
୧-ପାକିସ୍ତାନ ଯଦି ବାଂଲାଦେଶ ଟିମ୍‌କୁ ଅତି କମରେ ୩୧୬ ରନରେ ହରାଉଛି
ପାକିସ୍ତାନ ଯଦି ବାଂଲାଦେଶକୁ ଆଗାମୀ ମ୍ୟାଚରେ ହରାଇ ଦେଉଛି ତେବେ ବିଶ୍ବକପରେ ୧୧ ପଏଣ୍ଟ ହାସଲ କରିବ ପାକିସ୍ତାନ। ତେବେ ନ୍ୟୁଜିଲାଣ୍ଡ ଏବଂ ପାକିସ୍ତାନର ପଏଣ୍ଟ ସମାନ ରହିବ। ଏହାପରେ ରନ୍‌ରେଟ୍‌ କଥା ବିଚାରକୁ ନିଆଯିବ। ବର୍ତ୍ତମାନ ସ୍ଥିତିରେ ନ୍ୟୁଜିଲାଣ୍ଡ ଦଳର ରନ୍‌ରେଟ୍‌ +୦.୧୭୫ ଥିବାବେଳେ ପାକିସ୍ତାନର ରନ୍‌ ରେଟ୍ -୦.୭୯୨ ରହିଛି। ତେବେ ଏଥିରୁ ସ୍ପଷ୍ଟ ଜଣା ପଡ଼ୁଛି ଯେ ଯଦି ପାକିସ୍ତାନ ବାଂଲାଦେଶ ବିପକ୍ଷ ମ୍ୟାଚରେ ବୃହତ ବ୍ୟବଧାନରେ ବିଜୟ ଳାଗ କରିବ ତଥା ୩୧୬ ରନରେ ବିଜୟୀ ହେବ ତେବେ ଯାଇ ପାକିସ୍ତାନ ଦଳ ସେମିଫାଇନାଲରେ ପ୍ରବେଶ କରି ପାରିବ। ବାଂଲାଦେଶ ଦଳ ଯେପରି ଖେଳ ପ୍ରଦର୍ଶନ କରୁଛି ସେଥିରୁ ସ୍ପଷ୍ଟ କିଏ ବି କହି ପାରିବେ ନି ବାଂଲାଦେଶ ଦଳ ଏତେ ବଡ଼ ବ୍ୟବଧାନରେ ପରାଜିତ ହେବ ବୋଲି। ଏଥି ସହିତ ପାକିସ୍ତାନ ପାଇଁ ଆଉ ଏକ ସମସ୍ୟା ରହିଛି। ଯଦି ପାକିସ୍ତାନ ପ୍ରଥମେ ବୋଲିଂ କରିବ ତେବେ କଦାପି ସେମିଫାଇନାଲକୁ ପ୍ରବେଶ କରି ପାରିବ ନାହିଁ। ବାଂଲାଦେଶ ତାର ଆଗାମୀ ମ୍ୟାଚରେ କେବଳ ଟସ୍‌ ଜିତି ବ୍ୟାଟିଂର ନିଷ୍ପତ୍ତି ନିଏ ତେବେ ପାକିସ୍ତାନ ଦଳ ମ୍ୟାଚ ଆରମ୍ଭରୁ ସେମିଫାଇନାଲ ଦୌଡ଼ରୁ ବାଦ ପଡ଼ିଯିବ।

୨- ଯଦି କୌଣସି ଟିମ୍‌ ସେମିଫାଇନାଲ ଖେଳିବାକୁ ମନା କରେ

Comments are closed.