Odisha Link
Bridging the Missing Links in Odisha

ରଥଯାତ୍ରାରେ ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର

ଭୁବନେଶ୍ବର: ଆଜି ପବିତ୍ର ଘୋଷଯାତ୍ରା ଅବସରରେ ଓଡ଼ିଶାର ସମସ୍ତ ଭାଇ ଭଉଣୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୧୩୦ କୋଟି ଭାରତୀୟ ତଥା ସାଢ଼େ ୪ କୋଟି ଓଡ଼ିଆଙ୍କ ଉପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଆଶୀର୍ବାଦ ରହିଛି ଓ ଆଗକୁ ମଧ୍ୟ ରହିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର । ସମସ୍ତେ ସୁଖରେ ଓ ସମସ୍ତଙ୍କ ମଙ୍ଗଳ ହେଉ ବୋଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସେ କାମନା କରିଛନ୍ତି। ମହାପ୍ରଭୁଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ କୁସୁମିତ ହେଉ ବୋଲି ସେ କହିଛନ୍ତି । ନିଜ ଟ୍ୱିଟ୍‌ ଜରିଆରେ ସେ ଏହି ଶୁଭେଚ୍ଛା ବାର୍ତ୍ତା ସାରା ଦେଶ ସମେତ ଓଡ଼ିଶାବାସୀଙ୍କୁ ଦେଇଛନ୍ତି।

Comments are closed.