Odisha Link
Bridging the Missing Links in Odisha

ବିବାହ ଦିନ ଆଖି ବୁଜିଲେ ବର

କେନ୍ଦୁଝର: ସ୍ବପ୍ନ ଥିଲା ବିବାହ ବନ୍ଧନରେ ବାନ୍ଧି ହୋଇ ସାତ ଜନ୍ମକୁ ରହିବା ପାଇଁ ହେଲେ ସ୍ବପ୍ନ ସବୁ ସେମିତି ସ୍ବପ୍ନରେ ରହିଗଲା। ବାବାହ ପାଇଁ ପରିବାର ବନ୍ଧୁ ବାନ୍ଧବ ସମସ୍ତେ ଖୁସି ଥିଲେ। ହେଲେ ବିଧିର ବିଧାନ ଥିଲା କିଛି ଅଲଗା। ବାହାଘର ପୂର୍ବରୁ ଚାଲିଗଲା ଯୁବକଙ୍କ ଜୀବନ। ଏମିତି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ସଦର ଥାନା କେନ୍ଦୁଆ ଗାଁରେ।

ମିଳିଥିବା ସୂଚନା ଅନୁସାରେ, କେନ୍ଦୁଆ ଗାଁର ଲୋକନାଥ ମହାନ୍ତଙ୍କ ଆଜି ବାହାଘର ଥିଲା। ହେଲେ ବିବାହ ପୂର୍ବରୁ ବିଦ୍ୟୁତ୍‌ ଆଘାତରେ ତାଙ୍କର ମୃତ୍ୟୁ ଘଟିଛି। ଆଜି ଭୋର ସମୟରେ ଲୋକନାଥ ଟେଣ୍ଟ ଲାଇଟ୍‌ ବନ୍ଦ କରିବା ସମୟରେ ବିଦ୍ୟୁତ୍‌ ଆଘାତର ଶିକାର ହୋଇଥିଲେ। ତାଙ୍କୁ ତୁରନ୍ତ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ବିବାହ ପାଇଁ ହସଖୁସିରେ ଥିବା ପରିବାର ସଦସ୍ୟଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି।

Comments are closed.