Odisha Link
Bridging the Missing Links in Odisha

ଟ୍ରକ୍‌ ଧକ୍କାରେ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ମଳିଙ୍ଗି ରାସ୍ତାରେ ଟ୍ରକ୍‌ ଧକ୍କାରେ ୨ଜଣଙ୍କ ମୃତ୍ୟୁ ଘଟିଛି। କିନ୍ତୁ ସେମାନଙ୍କୁ ଟ୍ରକ ଚଢ଼ାଇ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ମୃତକ ଦ୍ବୟ ହେଲେ ଚଢ଼ିଆପଲ୍ଲୀ ଗ୍ରାମର ରାମ ଗୌଡ଼ ଏବଂ କୃଷ୍ଣ ନାୟକ। ରାମଙ୍କୁ ବ୍ୟବସାୟିକ ଶତ୍ରୁତାରୁ ହତ୍ୟା କରାଯାଇଥିବା ତାଙ୍କ ପରିବାରବର୍ଗ ଥାନାରେ ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ, ରାମଙ୍କ ବ୍ୟବସାୟିକ ପାର୍ଟନର ଏହି ହତ୍ୟାକାଣ୍ଡ ଘଟାଇଛନ୍ତି। ଦିନକ ତଳେ ରାମ ଏବଂ ତାଙ୍କ ବ୍ୟବସାୟିକ ପାର୍ଟନରଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ବଚସା ପରେ ରାମଙ୍କ ଘରକୁ ବୋମାମାଡ଼ କରାଯାଇଥିଲା। ରାମ ଥାନାକୁ ଅଭିଯୋଗ କରିବାକୁ ଯାଉଥିବାବେଳେ ଟ୍ରକ ଧକ୍କାରେ ତାଙ୍କର ମୃତ୍ୟୁ ଘଟିଛି। ଥାନାକୁ ଯିବା ବାଟରେ କୃଷ୍ଣ ନାୟକ ଲିଫ୍ଟ ମାଗି ରାମଙ୍କ ସହିତ ଯାଉଥଲେ। ସେ ବି ଟ୍ରକ ଧକ୍କାରେ ପ୍ରାଣ ହରାଇଛନ୍ତି। ତେବେ ଟ୍ରକ୍‌ ଚାଳକ ହେଉଛନ୍ତି ରାମଙ୍କ ବ୍ୟବସାୟିକ ପାର୍ଟନରଙ୍କ ଭଣଜା। ତେଣୁ ରାମଙ୍କ ବ୍ୟବସାୟିକ ପାର୍ଟନର ଏବଂ ତାଙ୍କ ଭଣଜା ରାମଙ୍କୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.