Odisha Link
Bridging the Missing Links in Odisha

ଡକାୟତି ଉଦ୍ୟମ ପଣ୍ଡ

ଭୁବନେଶ୍ବର : ଡକାୟତି ଉଦ୍ୟମ କରୁଥିବାବେଳେ ୫ଜଣ ଡକାୟତଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ମାରଣାସ୍ତ୍ର ସହ ଲଙ୍କାଗୁଣ୍ଡ ଜବତ କରିଛି ପୋଲିସ ।
ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ଲିଙ୍ଗରାଜ ଥାନା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଖବର ପାଇ ବଶିଷ୍ଠନଗର କେନାଲ ବନ୍ଧ ନିକଟରେ ଚଢାଉ କରିଥିଲା । ଚଢାଉ ବେଳେ ୫ଜଣ ଡକାୟତଙ୍କୁ ଗିରଫ କରିଛି ପୋଲିସ । ସେମାନେ ହେଲେ ନାଗେଶ୍ବର ଟାଙ୍ଗୀ ଅଞ୍ଚଳରେ ଡକାୟତି କରିବା ପାଇଁ ଯୋଜନା କରୁଥିଲେ । ସେମାନଙ୍କ ନିକଟରୁ ପୋଲିସ ଗୋଟିଏ କଟୁରୀ, ଗୋଟିଏ କାତି, ୩ଟି ଲୁହା ରଡ୍ ଓ ଗୋଟିଏ ଲଙ୍କାଗୁଣ୍ଡ ପ୍ୟାକେଟ୍ ଜବତ କରିଛି । ଗିରଫ ଡକାୟତମାନେ ହେଲେ ଜଗନ୍ନାଥ ପ୍ରଧାନ, ନରେଶ ବେହେରା, ଅକ୍ଷିନ ମଲିଆ, ସରୋଜ ପାତ୍ର ଏବଂ ପୁନିଆ ଭୋଇ ।

Comments are closed.